www.samajalive.in
Monday, December 15, 2025
16.1 C
Bhubaneswar

ହାତୀ ସ୍କ୍ୱାର୍ଡ କମ୍ବିଂ ବେଳେ ମିଳିଲା ମୃତ କଲରାପତରିଆ ବାଘ

କେନ୍ଦୁଝରଗଡ଼଼: କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ବନାଞ୍ଚଳ ଅଧିନ ତାଳପଦା ପଞ୍ଚାୟତ ବଡଖମଣ ଗ୍ରାମରୁ ପ୍ରାୟ ୭ କି.ମି. ଦୂର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ୨ବର୍ଷର ମାଈ କଲରାପତରିଆ ବାଘର ମୃତ ଦେହକୁ ବନ ବିଭାଗ ଶୁକ୍ରବାର ସନ୍ଧ୍ୟାରେ ଠାବ କରିଛି। ବନ ବିଭାଗର ହାତୀ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ କମ୍ବିଂ ଜାରି ରହିଥିବା ବେଳେ ମୃତ ବାଘ ଜଙ୍ଗଲ ମଧ୍ୟରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ଶନିବାର ସକାଳୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି., ଡବ୍ଲ୍ୟୁଟିଆଇର ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର ବ୍ରଜରାଜ, ବନ୍ୟଜନ୍ତୁ ସଂଶୋଧକ ଶିବାଶିଷ ଓ ଶାନ୍ତିଭୂଷଣଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବନସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୃତ ବାଘକୁ ଉଦ୍ଧାର କରାଯାଇଥିଲା। ତେବେ ବାଘଟି ୨୦ଦିନ ତଳୁ ମରି ପଡ଼ିଥିବା ଏବଂ ବାଘର ନଖ, ଦାନ୍ତ ଓ ଛାଲ ରହିଥିବାରୁ ଏହା ଶୀକାର ହୋଇନଥାଇ ପାରେ ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ମୃତ ବାଘର ନମୂନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌‌ ହେଲ୍‌‌ଥ ଓୟୁଏଟି ଭୁବନେଶ୍ୱରକୁ ଆସନ୍ତାକାଲି ପଠାଯିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ କେନ୍ଦୁଝର ଶ୍ରୀ ଧନରାଜ ଏହା କହିଛନ୍ତି। ତେବେ ୨ବର୍ଷର ଏହି ଶିଶୁ ବାଘଟି କେଉଁ କାରଣରୁ ମୃତ୍ୟୁବରଣ କରିଛି ସେ ସମ୍ପର୍କରେ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories