www.samajalive.in
Sunday, December 14, 2025
23.1 C
Bhubaneswar

ମହାରାଷ୍ଟ୍ର ଜଲଗାଓଁର ଟ୍ରେନ୍ ଟ୍ରାଜେଡି: ଚା’ ବିକାଳୀ ଖେଳାଇଥିଲା ଗୁଜବ,ଟାଣିଥିଲା ଟ୍ରେନ୍‌ ଚେନ୍‌

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଜଲଗାଓଁରେ ବୁଧବାର ୨୨ ଜାନୁଆରୀରେ ଲଖନଉରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଯାତ୍ରୀଙ୍କ ସହ ବଡ ଅଘଟଣ ଘଟିଛି। ଟ୍ରେନ୍‌ରେ ନିଆଁ ଲାଗିବା ନେଇ ଗୁଜବ ପରେ ଟ୍ରେନ୍‌ର ଚେନ୍‌ ଟାଣିବା ସହ ଯାତ୍ରୀମାନେ ହଠାତ୍‌ ଟ୍ରେନ୍‌ରୁ ଓହ୍ଲାଇବାକୁ ଲାଗିଥିଲେ। ସେହି ସମୟରେ ନିକଟ ରେଳ ଧାରଣାରେ ଆସୁଥିବା ଆଉ ଏକ ଟ୍ରେନ୍‌ ଧକ୍କାରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଅଘଟଣ ସମୟରେ ଟ୍ରେନ୍‌ରେ ଉପସ୍ଥିତ ଥିବା ଯାତ୍ରୀ କହିଛନ୍ତି, ଟ୍ରେନ୍‌ରେ ନିଆଁ ଲାଗିବା ନେଇ ଗୁଜବ ଜଣେ ଚା’ ବିକାଳୀ ଖେଳାଇଥିଲା। ଏହାପରେ ଚା’ ବିକାଳୀ ହିଁ ନିଜେ ଟ୍ରେନର ଚେନ୍‌ ଟାଣି ଦେଇଥିଲା। ଟ୍ରେନ୍‌ର ଗତି ଧିମା ହେବା ପରେ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇବାକୁ ଆରମ୍ଭ କରିଥିଲେ। କିଛି ଲୋକେ ଧାରଣାକୁ ହିଁ ଡେଇଁ ପଡିଥିଲେ। ସେହି ସମୟରେ ଯାଉଥିବା ଅନ୍ୟ ଏକ ଟ୍ରେନ୍‌ ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା।

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

- Advertisement -

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories