ଫୁଲବାଣୀ, ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ବୃହତ୍ତ ବଜାର ହେଉଛି ପ୍ରସ୍ତାବିତ ବ୍ଲକ ବ୍ରାହ୍ମଣୀଗାଁ। ଏଠାରେ ଜିଲ୍ଲାର ସୀମାନ୍ତବର୍ତ୍ତି ଥାନା ଅଛି। ଆଗରୁ ଏହା ମାଓବାଦୀ ପ୍ରବଣ ଇଲାକା ଭାବେ ପରିଚିତ ଥିବାରୁ ସୁରକ୍ଷାକର୍ମୀ ମୁତୟନ ହୋଇ ରହି ଆସୁଛନ୍ତି। ଦୂରଭାଷା ଯୋଗାଯୋଗର ଅଭାବ ହେତୁ ସୁରକ୍ଷାକର୍ମୀ ନିଜକୁ ଅସୁରକ୍ଷିତ ମଣୁ ଥିବା ବେଳେ ଅଞ୍ଚଳବାସୀଙ୍କ ଦୁଃଖ ଅନେକ। ଦିନ ଦିନ ମାସ ମାସ ଧରି ବିଏସଏନ୍ଏଲ ଟାୱାର ଅଚଳ ରହୁଛି। ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବ୍ରାହ୍ମଣୀଗାଁ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ନିର୍ମାଣ ପାଇଁ ବାରମ୍ଵାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ସୁଦ୍ଧା ତାହାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଅନ୍ୟ ପାଖ ଅଞ୍ଚଳରେ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଟାୱାର ସ୍ଥାପନ କରାଯାଉ ଥିବା ବେଳେ ବ୍ରାହ୍ମଣୀଗାଁ ପ୍ରତି ଜିଲ୍ଲା ପ୍ରଶାସନର ଏ କି ପ୍ରକାର ମନୋଭାବ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି ? ବ୍ରାହ୍ମଣୀଗାଁରେ ବିଏସଏନ୍ଏଲର ଏକ ମାତ୍ର ଟାୱାର। ଅଞ୍ଚଳବାସୀଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ଆଜକୁ ପ୍ରାୟ ଏକ ବର୍ଷ ବିତିଗଲାଣି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ୪- ଜୀ କେବୁଲ ସଂଯୋଗ କରାଯିବ ବୋଲି ଶୁଣିବାକୁ ମିଳୁଛି। କେବେ ସୁଦ୍ଧା ତାହା ସଂଯୋଗ ହେବ ତାହାର କୌଣସି ନିଶ୍ଚିତତା ନାହିଁ।
୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..
ବ୍ରାହ୍ମଣୀଗାଁର ସ୍କୁଲ ,କଲେଜ, ବ୍ୟାଙ୍କ, ଥାନା, ରାଜସ୍ୱ ବିଭାଗ, ବନ ବିଭାଗ, ମେଡ଼ିକାଲ, ପଞ୍ଚାୟତ କାର୍ଯ୍ୟାଳୟ, ଆଦି ସରକାରୀ, ବେସରକାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ବିଶେଷ କରି ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେଉଛି। ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉ ଥିବାରୁ କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହିହେବ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଇଣ୍ଟରନେଟ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



