www.samajalive.in
Monday, December 15, 2025
16.1 C
Bhubaneswar

ଅନନ୍ତନାଗ ପୁଲିସ୍‍ ଫାଣ୍ଡି ଉପରେ ଆତଙ୍କବାଦୀ ଆକ୍ରମଣ, ୬ ଆହତ

କାଶ୍ମୀର : ଗୁରୁବାର ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲାର ଏକ ପୁଲିସ୍‍ ଫାଣ୍ଡି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ସିଆରପିଏଫର ୩ ଜଣ ଯବାନ ଓ ୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୁଲିସ୍‍ ଓ ସେନା ଯବାନ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।
ସୂଚନା ଅନୁସାରେ ପୁଲିସ୍‍ ଫାଣ୍ଡି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଚଳାଇଥିଲେ। ହେଲେ ଗ୍ରେନେଡଟି ପୁଲିସ୍‍ ଫାଣ୍ଡି ସାମ୍ନା ରାସ୍ତାରେ ପଡିଥିଲା। ସେହି ରାସ୍ତାରେ ଥିବା ୩ ସିଆରପିଏଫ କର୍ମୀ ଏବଂ ୩ ଜଣ ଲୋକ ଏଥିରେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ କାଶ୍ମୀରରେ ଗ୍ରେନେଡ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୫ ଜାନୁଆରୀରୁ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଗ୍ରେନେଡ ଆକ୍ରମଣ ଘଟଣା ପଦାକୁ ଆସିଛି। ପ୍ରାୟ ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories