www.samajalive.in
Saturday, December 13, 2025
14.1 C
Bhubaneswar

ଧାମରା ମାଷ୍ଟର ପ୍ଲାନିଂର ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମରା :୨୦୪୦ ମସିହାକୁ ଆଖି ଆଗରେ ରଖି ଭଦ୍ରକ ଜିଲା ଧାମରାକୁ ମାଷ୍ଟର ପ୍ଲାନିଂ ଅର୍ନ୍ତଭୁକ୍ତ କରାଯିବା ପାଇଁ ଗୁରୁବାର ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜେଜେ ରିସୋର୍ଟ ହୋଟେଲରେ ଧାମରା ପାଇଁ ନିଯୁକ୍ତ ସ୍ପେଶାଲ ପ୍ଲାନିଂ ଅଥରିଟି ପ୍ରଶାନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଏହି ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧାମରା ୫ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ପରୀକ୍ଷିତ ଦାସ ଯୋଗ ଦେଇ ଆଗାମୀ ଦିନରେ ଧାମରାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ, ଧାମରା ଠାରେ ଏକ ଗ୍ରୀଡ ପ୍ରତିଷ୍ଠା ସହ ହବାଳି ଘାଟ ଠାରେ ମନ୍ତେଇ ନଦୀ ଉପରେ ଏକ ସେତୁ ନିର୍ମାଣ ସହ ଧାମରା ୮ ପଞ୍ଚାୟତକୁ ନିରବଛିନ୍ନ ଭାବରେ ବିଦ୍ୟୁତ ଯୋଗାଣ,ଏହି ପଞ୍ଚାୟତ ମଧ୍ୟରେ ଥିବା ସମସ୍ତ ରାସ୍ତା ନିର୍ମାଣ ଏବଂ ଧାମରା-ଜାମୁଝାଡି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ସେ ନିଜର ଦାବୀ ଜଣାଇଥିଲେ। ଏଥିସହ ଧାମରା ବନ୍ଦର କର୍ତ୍ତୁପକ୍ଷ ଧାମରା ୮ପଞ୍ଚାୟତରେ ସମସ୍ତ କାର୍ଯ୍ୟ ଗୁଡିକ ବନ୍ଦର ତରଫରୁ ହେବାକୁ ସେ ମଧ୍ୟ ପ୍ରସ୍ଥାବ ଆଗତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଧାମରାକୁ ଏକ ଉନ୍ନତ ମାନର ନଗର ଭାବରେ ପ୍ରସ୍ତୁତ କରିବା ପାଇଁ ହୋଇଥିବା ପ୍ଲାନିଂରେ ସମସ୍ତ ଜନ ପ୍ରତିନିଧି ଆଗତ କରିଥିବା ପ୍ରସ୍ଥାବକୁ ପ୍ରାଧାନ୍ୟ ଦିଆଯିବା ସହ ଏହି ମାଷ୍ଟର ପ୍ଲାନିଂ କାର୍ଯ୍ୟ ବାଙ୍ଗୋଲର ଠାରେ ଥିବା ସ୍କାଏ ଗ୍ରୁପ କରିବ ବୋଲି ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଛି। ୫୭ଟି ରାଜସ୍ୱ ଗ୍ରାମକୁ ନେଇ ଏହି ମାଷ୍ଟର ପ୍ଲାନିଂ ପ୍ରସ୍ତୁତ କରାଯିବ। ଏହା ଫଳରେ ଆଗାମୀ ଦିନରେ ଏହି ରାଜସ୍ୱ ଗ୍ରାମ ଅଧିନରେ ଥିବା ଜମି ଗୁଡିକ କିଣାବିକା ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏହି ଅଞ୍ଚଳରେ ହେବାକୁ ଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ଲାନିଂ ଅଥରିଟି ଆପ୍ରୁଭାଲ ଦେବା ପରେ ସମସ୍ତ କାର୍ଯ୍ୟ ହେବ। ଆଜିର ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଏହି ଅଞ୍ଚଳ ମାଷ୍ଟର ପ୍ଲାନରେ ଅର୍ନ୍ତଭୁକ୍ତ ହେବା ପରେ ଚାଷ ଜମିର ପରିମାଣ କମିଯିବ ବୋଲି ବହୁ ଜନ ପ୍ରତିନିଧି ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଧାମରା ବନ୍ଦର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ସୂର୍ଯ୍ୟକାନ୍ତ ପାଣ, ଡିଆସିର ସାଧାରଣ ପରିଚାଳକ, ବାସୁଦେବପୁର ରାସ୍ତା ଏବଂ ଗୃହ ବିଭାଗର ଏସଡିଓ ପ୍ରଭାତ ସାହୁ, ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ,ସମେତ ଶତାଧିକ ଲୋକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିବା ସହ ଆସନ୍ତା ମାସରେ ଏହି ମତବିନିମୟ କାର୍ଯ୍ୟକ୍ରମ ହେବା ସହ ଧାମରା ପାଇଁ ମାଷ୍ଟର ପ୍ଲାନ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଗଣ ମାଧ୍ୟମକୁ କହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories