www.samajalive.in
Monday, December 15, 2025
16.1 C
Bhubaneswar

ହାମିଲଟନ୍ ଦିନିକିଆ: ଭାରତକୁ ୮ ଓ୍ଵିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲଟନ : ନ୍ୟୁଜିଲାଣ୍ଡର ସେଡନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ୪ର୍ଥ ମ୍ୟାଚ୍‌ରେ ଭାରତକୁ ଏକତରଫା ଭାବେ ୮ୱିକେଟରେ ହରାଇଛି ନ୍ୟୁଜିଲାଣ୍ଡ ଦଳ। ଏହା ଭାରତ ବିପକ୍ଷରେ ଯେ କୌଣସି ଦଳ ଲାଗି ବଲ ବ୍ୟବଧାନରେ ବୃହତ୍‌ ବିଜୟ। ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ସମ୍ମୁଖର ରଖାଯାଇଥିବା ୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ମାତ୍ର ୧୪.୪ ଓଭରରେ ୨ୱିକେଟ୍ ବିନିମୟରେ ହାସଲ କରି ନେଇଛି। ଏହି ବିଜୟ ଦ୍ବାରା କ୍ରମାଗତ ୩ ପରାଜୟ ପରେ ୪ର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ବିଜୟର ସ୍ବାଦ ଚାଖିଛି।

ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡ ଆହ୍ଵାନ ଦେଇଥିଲା। ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡର ବୋଲିଂର ସାମ୍ନା କରିପାରିନଥିଲେ। ଯାହାଦ୍ବାରା ଭାରତୀୟ ଦଳ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୫ଟି ୱିକେଟ୍ ନେଇଥିବା ବେଳେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୩ଟି ୱିକେଟ୍ ନେଇଥିଲେ। ଟୋଡ୍ ଆଷ୍ଟେଲ୍ ଓ ଜିମ୍ମୀ ନଶୀମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

- Advertisement -

ଏହି ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଫେବ୍ରୁଆରୀ ୩ ତାରିଖରେ ଖେଳାଯିବ।

 

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories