www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ 

ଆନନ୍ଦପୁର : ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନକୁ ବିରୋଧ କରିବା ସହ ତାଙ୍କୁ ବଦଳି ଦାବିରେ ସ୍କୁଲରେ ତାଲା ପକାଇ  ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ  ଧାରଣା ଦେଇଥିଲେ।  ଅଭିଭାବକଙ୍କ ଅଭିଯୋଗ ଅନୁସାରେ  ପ୍ରଧାନ ଶିକ୍ଷକ ମାନସ ରଂଜନ ଜେନା ଓ ସହକାରୀ ଶିକ୍ଷକ ସୁକଦେବ ଜେନା ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ସହ  ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ନ ଯୋଗେଇବା, ମିଛ ବିଲ୍ କରି ବିଦ୍ୟାଳୟ ଟଙ୍କା ହଡ଼ପ  ଅଭିଯୋଗ , ଛାତ୍ରଛାତ୍ରୀଙ୍କୁ  ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ କରିବା ,  ଅଭିଭାବକ ସମ୍ମିଳନୀ ତଥା  ବିଦ୍ୟାଳୟ ପରିଚାଳନା କମିଟିଙ୍କୁ ନ ଜଣାଇ ଏକତରଫା ଭାବେ କାର୍ଯ୍ୟ କରିବା , ବିଦ୍ୟାଳୟର ଆର୍ଥିକ କାରବାରର ହିସାବରେ ଦୁର୍ନିତୀ, ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ଗ୍ୟାସ ବଦଳରେ   କାଠକୁ ଜାଳେଣି ରୁପେ ବ୍ୟବହାର କରି ଗ୍ୟାସ ସିଲିଣ୍ଡର ଟଙ୍କା ହଡ଼ପ , ଶୌଚାଳୟରେ ତାଲା ପକାଇବା କାରଣରୁ ଛାତ୍ରଛାତ୍ରୀ ଖୋଲାରେ  ଶୌଚ ହେବାକୁ ବାଧ୍ୟ ହେଉଛନ୍ତି। ଛାତ୍ରଛାତ୍ରୀ ତାଙ୍କ ବିରୁଦ୍ଧରେ  ସ୍ବର ଉତ୍ତୋଳନ କଲେ ବିଭିନ୍ନ ଧମକ ଦେଉଛନ୍ତି  ବୋଲି ଅଭିଯୋଗ କରିଥିଲେ।

- Advertisement -

ଗ୍ରାମବାସୀମାନେ ଏହାର କିଛି ସମାଧାନ ନ ହେବାରୁ ଆଜି ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଖବର ପାଇ ଘଟଣାସ୍ଥଳରେ ଘସିପୁରା ବିଡ଼ିଓ ସୁଶ୍ରୀ ବିନିତା ବିଜୟିନୀ  ଓ ଘଷିପୁରା ଏବିଇଓ ହାଡିବନ୍ଧୁ ସାହୁ  ପହଞ୍ଚି ଲୋକଙ୍କୁ ବୁଝାଇବା ସହ ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଥିବା ଅଭିଯୋଗ ସଂପର୍କରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଓ  ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ମତାମତ ନେବାପରେ ଆସନ୍ତା ଶୁକ୍ରବାର ଏକ ବୈଠକରେ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତରେ ପ୍ରଧାନ ଶିକ୍ଷକଙ୍କ ସହ ଜରୁରୀ କାଳୀନ ବୈଠକରେ  ମଧ୍ୟାହ୍ନ ଭୋଜନ, ଆର୍ଥିକ ଅନିୟମିତତା ସମ୍ପର୍କରେ ସମାଧାନ କରିବାକୁ କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories