ମେ’ ୧୨ରେ ଓଜେଇ: ଅନ୍ଲାଇନ୍ରେ ଆବେଦନ ଆରମ୍ଭ
ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ତଥା ଓଜେଇ :୨୦୧୯ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ବୁଧବାର ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଛି ଓ ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ।
ଅନ୍ଲାଇନ୍ ଓ ଅଫ୍ଲାଇନ୍ ଦୁଇଟି ପର୍ଯ୍ୟାୟରେ ଓଜେଇ ୨୦୧୯ ପରୀକ୍ଷା ଅନୁଷ୍ଠିତ ହେବ। ଅଫ୍ଲାଇନ୍ ତଥା ପେନ୍ ଆଣ୍ଡ୍ ପେପର୍ ପରୀକ୍ଷା ମେ’ ୧୨(ରବିବାର) ଏବଂ କମ୍ପ୍ୟୁଟର ବେସ୍ଡ ଅନ୍ଲାଇନ୍ ପରୀକ୍ଷା ମେ’ ୧୨ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମାର୍ଚ୍ଚ ୨୫ସୁଦ୍ଧା ଅନ୍ଲାଇନ୍ରେ ଫି’ ଦାଖଲ ଏବଂ ଆଡ୍ମିଟ୍ କାର୍ଡ ଏପ୍ରିଲ୍ ୨୦ରୁ ଡାଉନ୍ଲୋଡ୍ କରିପାରିବେ। ଓଜେଇ ୨୦୧୯ ରାଜ୍ୟର ସବୁ ଜିଲା ସଦର ମହକୁମା ସମେତ ୨୧ଟି ସହରରେ ୮୮ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ଏବଂ ପରୀକ୍ଷା ଫଳ ଜୁନ୍ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ଓଜେଇ ଅଧ୍ୟକ୍ଷ ଡ. ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।