www.samajalive.in
Monday, December 15, 2025
14.1 C
Bhubaneswar

ଛତିଶଗଡ଼ରେ ପୁଣି ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

ନାରାୟଣପୁର: ଛତିଶଗଡ଼ରେ ପୁଣି ନକ୍ସଲଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣ କରାଯାଇଛି। ଶୁକ୍ରବାର ନାରାୟଣପୁର ଜିଲାରେ ଆଇଇଡି ବିସ୍ଫୋରଣରେ ବିଏସଏଫର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବିଏସ୍ଏଫ୍ ଟିମ୍ ଗାରପା ଗାଁ ନିକଟ କ୍ୟାମ୍ପରୁ ପାଟ୍ରୋଲିଂ କରିବାକୁ ବାହାରିଥିବାବେଳେ ଏହି ବିସ୍ଫୋରଣ ଘଟିଛି। ଦୁଇ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ଛତିଶଗଡ଼ର ବିଜାପୁର ଜିଲାରେ ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ଏହାପୂର୍ବରୁ ଜାନୁଆରୀ ୧୨ ତାରିଖରେ ଜାଙ୍ଗଲା ଥାନା ଅନ୍ତର୍ଗତ ଜୈଗୁର ନିକଟରେ ନକ୍ସଲଙ୍କ ଦ୍ଵାରା ଆଇଇଡି ଖଞ୍ଜା ଯାଇଥିଲା। ଏହି ଆଇଇଡି ବିସ୍ଫୋରଣରେ ଡିଆରଜିର ୨ ଜଣ ଯବାନ ଆହତ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories