କାର୍ ଭଳି ସ୍କୁଟର ! ଥରେ ଚାର୍ଜ କଲେ ଯିବ ଏତେ କି.ମି…

ନୂଆଦିଲ୍ଲୀ : ଦୁଇଚକିଆ ଗାଡି ଏବେ ତିନି ଚକିଆ ଏବଂ ୪ ଚକିଆ ବିକଳ୍ପ ସହିତ ଆସୁଛି । ଏଥିରେ ଏବେ ପେଭ୍ ହାଇରାଇଡର ନାଁ ସାମିଲ ହୋଇଛି । ଏହି ସ୍କୁଟରର ଖାସ୍ କଥା ହେଉଛି କି ଏଥିରେ କାର୍ ଭଳି ୪ଟି ଚକା ମିଳୁଛି । ଏହାକୁ ବାଲାନ୍ସ କରିବା ପାଇଁ ନୂଆ ଚାଳକଙ୍କୁ ଆଦୌ ଚିନ୍ତା କରିବା ଦରକାର ନାହିଁ । ଏଥିରେ କାର୍ ଭଳି ଆରାମଦାୟକ ସିଟ୍, ଲେଗ୍ ରୁମ୍, ବୁଟ୍ ସ୍ପେଶ୍ ଭଳି ଫିଚର୍ସ ମିଳୁଛି । ଏଥିରେ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

ଏହି ଇଲେକ୍ଟ୍ରିକ୍ ୪ ଚକିଆ ସ୍କୁଟରରେ କାର୍ ଭଳି ବୋନଟ୍ ରହିଛି । ଏହା ତଳେ ସ୍କୁଟରର ଚକ ଓ ମୋଟର ସେଟଅପ୍ କରାଯାଇଛି । ସାମ୍ନାରେ ଏଲଇଡି ଡିଆରଏଲ୍ ମିଳୁଛି । ସେହିଭଳି ଏଥିରେ ମଲ୍ଟି ଫଙ୍କସନ୍ ସହିତ ହେଡଲାଇଟ୍ ମିଳୁଛି । ବ୍ୟାକ୍ ପ୍ରୋଫାଇଲ୍ ଭଳି ଏତିରେ ପଛରେ ସିଟ୍ ତଳେ ବଡ ବୁଟ୍ ସ୍ପେଶ୍ ରହିଛି ।
ଏହି ଇ-ସ୍କୁଟରରେ ୬୦୦ ଓ୍ବାଟର ବ୍ୟାଟେରୀ ପ୍ୟାକ୍ ବିକଳ୍ପ ମିଳିଥାଏ । ହାଇରାଇଡର ଇଲେକ୍ଟ୍ରିକ୍ ସ୍କୁଟରରେ ୨ ପ୍ରକାରର ବ୍ୟାଟେରୀ ବିକଳ୍ପ ମିଳିଥାଏ ଯେଉଁଥିରେ ଲିଥିୟମ୍-ଆୟନ ଲିଡ୍ ଏସିଡ୍ ସାମିଲ । ଏହି ବ୍ୟାଟେରୀ ଥରେ ଚାର୍ଜ କଲେ ୬୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ଏହା ୬ ଘଣ୍ଟାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ । ଏହା ସର୍ବାଧିକ ସ୍ପିଡ୍ ୨୫ କିଲୋମିଟର ପ୍ରତି ଘଣ୍ଟାରେ ଯାତ୍ରା କରିପାରିବ । ସାମ୍ନାରେ ପାଣି ବୋତଲ ରଖିବା ପାଇଁ ସ୍ଥାନ ରହିଛି । ଏଥିରେ ଏକ ହୁକ ମଧ୍ୟ ଦିଆଯାଇଛି ଯେଉଁଥିରେ ସାମଗ୍ରୀ ଲଟକାଇ ନେଇହେବ । ଏହାର ଓଜନ ୧୧୫ କିଲୋଗ୍ରାମ ବୋଲି କମ୍ପାନୀ ସୂଚନା ଦେଇଛି । ସ୍କୁଟରର ଏକ୍ସ ଶୋରୁମ୍ ଦାମ୍ ୯୨ ହଜାର ଟଙ୍କା ଥିବାବେଳେ ଏଥିରେ ୩ ବର୍ଷର ଓ୍ବାରେଣ୍ଟି ଦେଉଛି କମ୍ପାନୀ ।

Comments are closed.