www.samajalive.in
Sunday, December 7, 2025
26.1 C
Bhubaneswar

ଘରଭଡା ବୁଝିବା ବାହାନାରେ ସୁନା ଚେନ୍ ଝାମ୍ପିନେବା ଘଟଣା : ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ବାଜି ରାଉତ ଆଇଟିଆଇ ଗଳି ନିକଟରେ ଅଘଟଣ।  ଘର ଭଡା ବୁଝିବା ବାହାନାରେ ଆସି ଜଣେ ମହିଳାଙ୍କ ନିକଟରେ ସନୁା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ବିଦ୍ୟୁତ୍ଲତା ରଥ ବୋଲି ଜଣାପଡିଛି।ଅଭିଯୋଗ ମୁତାବକ ଦୁଇଜଣ ଲୁଟେରା ଏକ ମୋଟର ସାଇକେଲରେ ଆସି ବିଦ୍ୟୁତଲତାଙ୍କୁ ଘର ଭଡ଼ା ବାବଦରେ ପଚାରିଥିଲେ । ପରେ ବିଦ୍ୟୁତଲତା ମନା କରିବାରୁ ଲୁଟେରାମାନେ ତାଙ୍କର ମୋବାଇଲ ନମ୍ବର ମାଗିବା ସହ ପିଇବା ପାଇଁ ପାଣି ମାଗିଥିଲେ । ଏଥିରେ ମହିଳାଙ୍କର ସନ୍ଦେହ ହେବାରୁ ଗେଟ୍ ଦେଇ ଚାଲି ଯିବା ପାଇଁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ ଜଣେ ଲୁଟେରା ମହିଳାଙ୍କ ଗେଟ୍ ଭିତରକୁ ଧସେଇ ପଶିଥିଲେ । ଏବଂ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଚମ୍ପଟ ମାରିଥିଲେ। ଲୁଟ୍ ବେଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories