www.samajalive.in
Monday, December 15, 2025
17.1 C
Bhubaneswar

ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ‘ହିରୋ ଡେଷ୍ଟିନି ୧୨୫’ ; ଦାମ୍‌ ଏତିକି..

ନୂଆଦିଲ୍ଲୀ : ଦେଶର ପ୍ରମୁଖ ୨ ଚକିଆ ଗାଡି ନିର୍ମାତା କମ୍ପାନୀ ମୋଟୋକୋର୍ପ ବର୍ଷର ଆରମ୍ଭରେ ଏକ ନୂଆ ଗାଡି ଲଞ୍ଚ କରିଛି। କମ୍ପାନୀ ନିଜର ବହୁ ଚର୍ଚ୍ଚିତ ସ୍କୁଟର ‘ହିରୋ ଡେଷ୍ଟିନି ୧୨୫’କୁ ସମ୍ପୂର୍ଣ୍ଣ ନୂଆ ଭାବେ ଲଞ୍ଚ କରିଛି। ଏହି ନୂଆ ଅପଡେଟେଡ୍‌ ସ୍କୁଟରରେ କମ୍ପାନୀ କିଛି ପରିବର୍ତ୍ତନ ମଧ୍ୟ କରିଛି। ଯାହା ପୂର୍ବ ଅପେକ୍ଷା ଆହୁରି ଉନ୍ନତ ହୋଇ ପାରଛି। ଆକର୍ଷଣୀୟ ଲୁକ୍‌ ଓ ଦମ୍‌ଦାର୍‌ ଇଞ୍ଜିନ୍‌ ଥିବା ଏହି ସ୍କୁଟରର ଆରମ୍ଭ ଦାମ୍‌ ୮୦,୪୫୦ ଟଙ୍କା ।

ନୂଆ ‘ହିରୋ ଡେଷ୍ଟିନି ୧୨୫’କୁ କମ୍ପାନୀ ପ୍ରାୟ ୩ଟି ଭାରିଆଣ୍ଟରେ ସାମ୍ନାକୁ ଆଣିଛି । ଏଥିରେ ଭିଏକ୍ସ, ଜେଡ୍‌ଏକ୍ସ ଓ ଜେଡ୍‌ଏକ୍ସ+ ସାମିଲ ରହିଛି । ଭିଏକ୍ସ ଭାରିଆଣ୍ଟର ଦାମ୍‌ ୮୦,୪୫୦ ଟଙ୍କା, ଜେଡ୍‌ଏକ୍ସ ଭାରିଆଣ୍ଟର ଦାମ୍‌ ୮୯,୩୦୦ ଓ ଜେଡ୍‌ଏକ୍ସ+ ଭାରିଆଣ୍ଟର ଦାମ୍‌ ୯୦,୩୦୦ ଟଙ୍କା । ଏହି ସମସ୍ତ ଭାରିଆଣ୍ଟ ଡିଲରଶିପ୍‌ରେ ବିକ୍ରି ପାଇଁ ଉପଲବ୍ଧ ରହିଛି ।

- Advertisement -

ଲୁକ୍‌ ଓ ଡିଜାଇନ୍‌ ଅନୁଯାୟୀ, ନୂଆ ଡେଷ୍ଟିନିରେ ଏଚ୍‌ ଆକୃତିର ଏଲଇଡି ଡିଆରଏଲ, ପ୍ରୋଜେକ୍ଟର ହେଡ୍‌ଲ୍ୟାପ୍‌ ସହ ଆକର୍ଷଣୀୟ ଲୁକ୍‌ ନେଇ ଆସିଛି। ସ୍କୁଟରର ପଛ ଅଂଶରେ ମଧ୍ୟ ଏଚ୍‌ ଆକୃତିର ଡିଜାଇନ୍‌ କରାଯାଇଛି। କମ୍ପାନୀ ଏହି ସ୍କୁଟରକୁ ପ୍ରାୟ ୫ଟି ରଙ୍ଗରେ ବଜାରକୁ ଆଣିଛି ।

ହୀରୋ ନୂଆ ଡେଷ୍ଟିନି ୧୨୫ ଇଞ୍ଜିନର ପ୍ରସ୍ତୁତ ଶୈଳୀରେ କୌଣସି ପରିବର୍ତ୍ତନ କରି ନାହିଁ। ଏଥିରେ ମଧ୍ୟ ୧୨୫ ସିସି ସିଙ୍ଗଲ୍‌-ସିଲିଣ୍ଡର ଇଞ୍ଜିନ୍‌ ସହିତ ଆସିଛି ଯାହା ୯ ବିଏଚପି ପାୱାର ଏବଂ ୧୦.୪ ଏନ୍‌ଏମ୍‌ ପିକ୍ ଟର୍କ ଜେନେରେଟ୍‌ କରିଥାଏ ।

ଏହି ୟୁନିଟ୍ ଏକ ସିଭିଟି ସହିତ କାମ କରେ। ଏହା ସହିତ, ଏହା ଉଚ୍ଚ ଜେଡ୍‌ଏକ୍ସ ଏବଂ ଜେଡ୍‌ଏକ୍ସ+ ଭାରିଆଣ୍ଟ ପାଇଁ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ସ୍କ୍ରିନ୍ ପରି ବୈଶିଷ୍ଟ୍ୟ ସହିତ ଆସେ। ଭିଏକ୍ସ ଟ୍ରିମ୍ ଏକ ଆନାଲଗ୍ ସ୍କ୍ରିନ୍ ସହିତ ଆସେ। ବ୍ରାଣ୍ଡଟି ସ୍ମାର୍ଟଫୋନ୍ ସଂଯୋଗ ମଧ୍ୟ ପ୍ରଦାନ କରେ। ଅଟୋ-କ୍ୟାନ୍ସଲ୍ ଇଣ୍ଡିକେଟର୍, ବୁଟ୍ ଲ୍ୟାମ୍ପ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରେ।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଦେଖନ୍ତୁ ଭିଡିଓ; ଜ୍ୱାଇଁଙ୍କ ପାଇଁ ଭବ୍ୟ ଆୟୋଜନ, ପରଷା ଗଲା ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories