ରାଜସ୍ଥାନର ଉଦୟପୁରଠାରେ ଚିନ୍ତନ ଶିବିର, ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ, ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଏବଂ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଉପସ୍ଥିତ ଥିଲେ।

prayash

ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସ୍ଥିତିକୁ ସମୀକ୍ଷା କରିବା ସହ, ପରସ୍ପରର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡିକୁ ଆପଣେଇବା ତଥା ସାମଗ୍ରିକ ଉନ୍ନତି ପାଇଁ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ଚିନ୍ତନ ଶିବିରର ମୂଳ ଲକ୍ଷ୍ୟ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଲ୍ଲେଖ କରିଛନ୍ତି।

kalyan agarbati

Comments are closed.