www.samajalive.in
Saturday, December 6, 2025
15.1 C
Bhubaneswar

ଅଯୋଧ୍ୟା ରାମ ମନ୍ଦିରକୁ ପୂରିଲା ବର୍ଷେ : ରାମ ଲଲାଙ୍କ ହେଲା ମହାଭିଷେକ, ସାନିଧ୍ୟ ଲାଭ କଲେ ଭକ୍ତ

ନୂଆଦିଲ୍ଲୀ: ରାମଲଲାଙ୍କ ପ୍ରଶର ପ୍ରତିଷ୍ଠାର ଆଜି ହେଉଛି ପ୍ରଥମ ବାର୍ଷିକ ଉତ୍ସବ । ଏଥିଲାଗି ପୁରା ସଜେଇ ହୋଇଛି ଅଯୋଧ୍ୟା। ରାମ ମନ୍ଦିରରେ ଯଜ୍ଞ ହୋମର ଆୟୋଜନ କରାଯାଇଥିବାବେଳେ ମନ୍ଦିରକୁ ୫୦ କ୍ଵିଣ୍ଟାଲ ଫୁଲରେ ସଜ୍ଜା ଯାଇଛି। ସକାଳ ୧୦ଟାରେ ରାମଲଲାଙ୍କ ଅଭିଷେକ ଏବଂ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଜି ସକାଳ ୧୧ଟାରେ ସିଏମ୍ ଯୋଗୀ ଆଦିତ୍ୟ ନାଥ ରାମଲଲାଙ୍କ ମନ୍ଦିରରେ ପହଞ୍ଚିଥିଲେ। ପ୍ରାୟ ଦୁଇ ହଜାର ସାଧୁ ସନ୍ଥ ବିଭିନ୍ନ ସ୍ଥାନରୁ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ୧୨ ଟା୨୦ରେ ମହା ଆଳତୀ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି।  ଶ୍ରଦ୍ଧାଳୁଙ୍କ ଲକ୍ଷାଧିକ ଭିଡକୁ ଦୃଷ୍ଟି ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ବର୍ଷେ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଶୁଭ କାମନା ଜଣାଇଛନ୍ତି। ଏବଂ କହିଛନ୍ତି ଏହି ଦିବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ସିଦ୍ଧ କରିବାକୁ ପ୍ରେରଣା ହେବ। ଏହା ଭାରତର ଦୃଷ୍ଟି , ଦର୍ଶନ ଓ ଦିଗ୍‌ ଦର୍ଶନର ମନ୍ଦିର। ରାମଙ୍କ ରୂପରେ ରାଷ୍ଟ୍ର ଚେତନାର ମନ୍ଦିର। ଏହି ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସାକ୍ଷୀ ହେବ। ୨୦୨୪ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ନିର୍ବାଣ ହୋଇଥିଲା। କିନ୍ତୁ ତିଥି ଅନୁସାରେ ଜାନୁଆରୀ ୧୧ ଅର୍ଥାତ୍ ଆଜିର ଦିନରେ ବର୍ଷ ପୂର୍ତ୍ତି ହେଉଥିବାରୁ ଭବ୍ୟ ଆୟୋଜନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories