ମରେଙ୍କ ଶରୀରରେ ଅସ୍ତ୍ରୋପଚାର
ଲଣ୍ଡନ : ପୁରୁଷ ଟେନିସ ଖେଳାଳି ଆଣ୍ଡି ମରେଙ୍କ ନିତମ୍ବରେ ମଙ୍ଗଳବାର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଗତବର୍ଷ ମରେଙ୍କ ନିତମ୍ବରେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ପୁନର୍ବାର ଅସ୍ତ୍ରୋପଚାର କରାଯାଇଥିବା ମରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।
୩୧ ବର୍ଷୀୟ ମରେ କିଛିଦିନ ତଳେ ଖେଳାଯାଇଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ଅସ୍ତ୍ରୋପଚାର ପରେ ମରେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସପଂର୍କରେ ସୂଚନା ଦେବା ସହ ତାଙ୍କ ନିତମ୍ବରେ ଧାତବ ଦ୍ରବ୍ୟ ଲଗା ଯାଇଥିବା ଦର୍ଶାଇଛନ୍ତି। ଏହି ଅସ୍ତ୍ରୋପଚାର ପରେ ନିତମ୍ବ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିବ ବୋଲି ମରେ ଆଶା ରଖିଛନ୍ତି।