www.samajalive.in
Sunday, December 14, 2025
19.1 C
Bhubaneswar

ମୁଁ ନିଜ ସୁବିଧା ଅନୁସାରେ ଉଦ୍ଦେଶ୍ୟ ବଦଳାଏ ନାହିଁ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମୁଁ ଜଣେ ସାଧାରଣ ମଣିଷ, ଯିଏ ଭୁଲ କରିପାରେ। କିନ୍ତୁ ମୁଁ କେ​‌ବେ ବି ଭୁଲ ଉଦ୍ଦେଶ୍ୟ ରଖି କିଛି ତ୍ରୁଟି କରିବି ନାହିଁ। ଏହା ମୋ ଜୀବନର ମନ୍ତ୍ର। କାରଣ ମୁଁ ଜଣେ ମଣିଷ, କୌଣସି ଭଗବାନ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ ପୋଡ୍‌କାଷ୍ଟରେ ଯୋଗଦେବା ଅବସରରେ ଏହା କହିଛନ୍ତି। ଏହା ସହିତ ସେ ନିଜ ସୁବିଧା ଅନୁସାରେ କେବେ ବି ତାଙ୍କ ଉଦ୍ଦେଶ୍ୟ ବଦଳାନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଷ୍ଟକ ବ୍ରୋକର ଜେରୋଧାର ସହପ୍ରତିଷ୍ଠାତା ନିଖିଲ କାମଥଙ୍କ ପଡ୍‌କାଷ୍ଟରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ନିଖିଲ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିଖିଲ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ମୁଁ ଏଠାରେ ଆପଣଙ୍କ ସାମ୍ନାରେ ବସିଛି ଏବଂ କଥା ହେଉଛି। ମୋତେ ଅସ୍ଥିତରତା ଅନୁଭବ ହେଉଛି। ଏହା ମୋ ପାଇଁ ଏକ କଠିନ ଆଲୋଚନା। ପ୍ରଧାନମନ୍ତ୍ରୀ ନିଖିଲଙ୍କ କଥା ଶୁଣି ସ୍ମିତହାସ୍ୟ ଦେଇ ଉତ୍ତର ଦେଇଥିଲେ, ଏହା ମୋର ପ୍ରଥମ ପୋଡ୍‌କାଷ୍ଟ। ମୋତେ ଜଣା ନାହିଁ ଏହା ଆପଣଙ୍କ ଦର୍ଶକମାନଙ୍କୁ କିପରି ଲାଗିବ। କିନ୍ତୁ ତାଙ୍କ ଜୀବନର ଗୋଟିଏ ମନ୍ତ୍ର ରହିଛି, ତାହା ହେଉଛି ​‌ସେ କଦାପି ମନ୍ଦ ଉଦ୍ଦେଶ୍ୟ ରଖି କୌଣସି ଭୁଲ କାର୍ଯ୍ୟ କରିବେ ନାହିଁ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ଏକ ଭାଷଣ ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ, ସେ କଠିନ ପରିଶ୍ରମ କରିବାରେ ପଛକୁ ହଟିବେ ନାହିଁ। ସେ ନିଜ ପାଇଁ କିଛି କରିବେ ନାହିଁ। ସେ ଜଣେ ମଣିଷ, ଯିଏ ଭୁଲ କରିପାରେ। କିନ୍ତୁ କେବେ ଖରାପ ଉଦ୍ଦେଶ୍ୟ ରଖି ଭୁଲ କରିବେ ନାହିଁ।

ପ୍ରଧାନମନ୍ତ୍ରୀ ଆଲୋଚନା ବେଳେ କହିଥିଲେ, ଗାନ୍ଧୀଜୀ ଏବଂ ସାବରକରଙ୍କ ରାସ୍ତା ଭିନ୍ନ ଭିନ୍ନ ଥିଲା। କିନ୍ତୁ ସେମାନଙ୍କ ବିଚାରଧାରା ଥିଲା ‘ସ୍ବାଧୀନତା’। ଆଦର୍ଶବାଦ ବିଚାରଧାରାଠରୁ ବହୁତ ଅଧିକ ମହତ୍ଵପୂର୍ଣ୍ଣ। ବିଚାରଧାରା ବିନା ରାଜନୀତି ହୋଇପାରିବ ନାହିଁ। ତେବେ ଆଦର୍ଶବାଦ ବହୁତ ଜରୁରୀ। ସ୍ବାଧୀନତା ପୂର୍ବରୁ ସ୍ବାଧୀତନା ସଂଗ୍ରାମୀମାନଙ୍କ ବିଚାରଧାରା ସ୍ବାଧୀନତା ଥିଲା। ଗାନ୍ଧୀଜୀଙ୍କ ରାସ୍ତା ଅଲଗା ଥିଲା। କିନ୍ତୁ ବିଚାରଧାରା ସ୍ବାଧୀନତା ଥିଲା। ସାବରକର ନିଜ ରାସ୍ତା ନିଜେ ବାଛିଲେ। କିନ୍ତୁ ତାଙ୍କ ବିଚାରଧାରା ବି ସ୍ବାଧୀନତା ଥିଲା। ପ୍ରଧାନମନ୍ତ୍ରୀ ନିଜ ବିଚାରଧାରା ବିଷୟରେ କହିଥିଲେ ଯେ, ସର୍ବଦା ରାଷ୍ଟ୍ରକୁ ସବୁଠୁ ଆଗରେ ରଖିବା ଆବଶ୍ୟକ।

ମୋଦୀ ଆହୁରି କହିଥିଲେ, ମୁଁ ଏପରି ବ୍ୟକ୍ତି ନୁହେଁ, ଯିଏ ନିଜ ସୁବିଧା ଅନୁସାରେ ନିଜ ଉଦ୍ଦେଶ୍ୟ ବଦଳାଇଦେବ। ମୁଁ ସବୁବେଳେ ଗୋଟିଏ ବିଚାରଧାରାରେ ବିଶ୍ଵାସ କରି ବଡ଼ ହୋଇଛି। ଯଦି କେହି ମୋତେ ନିଜ ବିଚାରଧାରାକୁ କିଛି ଶବ୍ଦରେ କହିବାକୁ କୁହେ, ତେବେ ମୁଁ କହିବି ନେସନ ଫାର୍ଷ୍ଟ ଅର୍ଥାତ ଦେଶ ଆଗ। ରାଷ୍ଟ୍ର ହେଉଛି ସର୍ବପ୍ରଥମ, ତା’ ପାଇଁ ଯାହା ବି କରିବାକୁ ପଡ଼େ ତାହା କରିବି। ବାଟରେ ଯଦି ବିଚାରଧାରା ଓ ପରମ୍ପରା ଆସେ ତେବେ ମୋତେ ମୋ କର୍ତ୍ତବ୍ୟ କରିବାକୁ ରୋକିପାରିବ ନାହିଁ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories