www.samajalive.in
Monday, December 15, 2025
14.1 C
Bhubaneswar

ମଙ୍ଗଳବାର ଭାରତ ବନ୍ଦ

ନୂଆଦିଲ୍ଲୀ : ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱାରୋପ କରୁଥିବାବେଳେ ସାଧାରଣ ବର୍ଗ ପକ୍ଷରୁ ଏବେ ଏହାକୁ ବିରୋଧ କରାଯାଇଛି। ସାମାଜିକ ଗଣମାଧ୍ୟମ ଏବଂ ହ୍ୱାଟସଆପ୍‍ରେ କେତେକ ଦଳ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି। ଏପ୍ରିଲ ୨ ଭାରତ ବନ୍ଦ ଡାକରା ହିଂସାତ୍ମକ ରୂପ ଧାରଣ କରିବା ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ଆଗୁଆ ସତର୍କ ହୋଇଛନ୍ତି। ଏଣୁ ମଙ୍ଗଳବାର ଭାରତ ବନ୍ଦବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ଏ ନେଇ ଏକ ପରାମର୍ଶବଳୀ ମଧ୍ୟ ଜାରି କରାଯାଇଛି।

ଏସ୍‍ସି/ଏସ୍‍ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ନିର୍ଦେଶକୁ ବିରୋଧ କରି ଦଳିତ ବର୍ଗ ପକ୍ଷରୁ ଏପ୍ରିଲ୨ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଗୋଟିଏ ପଟେ ଏହି ଦିନ ବନ୍ଦ ପାଳନ ଜନିତ ହିଂସାକାଣ୍ଡ ଥମି ନ ଥିବାବେଳେ ଅନ୍ୟପଟେ ସାମାଜିକ ଗଣମାଧ୍ୟମଗୁଡିକରେ ଆଉ ଏକ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଯୋଗୁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ତଥା ଆଶାୟୀ ପ୍ରାର୍ଥୀ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛରେ ପଡିଯାଉଛନ୍ତି। ଏଣୁ ଏଭଳି ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରାଯିବା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଉଛି ବୋଲି ସାମାଜିକ ଗଣମାଧ୍ୟମଗୁଡିକରେ ବାର୍ତ୍ତା ପ୍ରସାର ହୋଇଥିଲା। ଏହି ବନ୍ଦ ଡାକରାକୁ ରାଜସ୍ଥାନର ବିଭିନ୍ନ ସମ୍ପ୍ରଦାୟ ସମର୍ଥନ କରୁ ନ ଥିବା ସ୍ପଷ୍ଟ କରିଛନ୍ତି। ବିଶେଷ କରି କର୍ଣ୍ଣି ସେନା, ଜାଠ୍‍ ମହାସଭା, ଜାଠ୍‍ ସମାଜ ସେବା ସଂସ୍ଥାନ ଏବଂ ଅଖିଳ ଭାରତୀୟ ଗୁଜ୍ଜର ମହାସଭାର ପ୍ରତିନିଧିମାନେ ଜିଲା ଅଧିକାରୀଙ୍କୁ ଭେଟି ଏ ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ପୁଲିସ ପୂର୍ବପ୍ରସ୍ତୁତି କରିଥିବା ପୁଲିସ ମହାନିର୍ଦେଶକ ରିଷି କୁମାର ଶୁକ୍ଳା କହିଛନ୍ତି। ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

- Advertisement -

ଅନ୍ୟପଟେ ବିଜେପି ଦଳିତ ବିରୋଧୀ ବୋଲି ବିରୋଧୀ ଦଳଗୁଡ଼ିକ ସମାଲୋଚନା କରୁଛନ୍ତି। ବିଜେପି ପକ୍ଷରୁ ରବିବାର ଏହାର କଡ଼ା ଜବାବ ଦିଆଯାଇଛି। କଂଗ୍ରେସ ଉପରେ ପାଲଟା ଆକ୍ରମଣ ପୂର୍ବକ ଏପ୍ରିଲ ୨ ହିଂସାକାଣ୍ଡ ପାଇଁ ରାହୁଲ ଗାନ୍ଧି ଦାୟୀ ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ଥୱରଚାନ୍ଦ ଗେହଲଟ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories