www.samajalive.in
Monday, December 15, 2025
15.1 C
Bhubaneswar

ବିବାହ କଲେ ଟିନା ଓ ଶାଫି

ନୂଆଦିଲ୍ଲୀ  : ହିନ୍ଦୁ ମହାସଭା ଦ୍ୱାରା ବିରୋଧର ସମ୍ମୁଖୀନ ହୋଇଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍) ଅଧିକାରୀ ପ୍ରେମୀ ଯୁଗଳ ଆମିର-ଉଲ୍‍-ଶାଫି ଖାନ୍‍ ଏବଂ ଟିନା ଡାବି ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜାମ୍ମୁ କାଶ୍ମୀରର ପହଲଗାମ୍‍ସ୍ଥିତ ପହଲଗାମ୍‍ କ୍ଲବ୍‍ଠାରେ ଶନିବାର ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି। ଖାନ୍‍ ଏଠାକାର ଅନନ୍ତନାଗ ଜିଲା ଅନ୍ତର୍ଗତ ଏକ ଗ୍ରାମର ନିବାସୀ ହୋଇଥିବାବେଳେ ଟିନା ଦିଲ୍ଲୀର ଝିଅ। ଏବେ ଉଭୟ ରାଜସ୍ଥାନରେ ନିଯୁକ୍ତ ଅଛନ୍ତି।

୨୦୧୫ ୟୁପିଏସ୍‍ସି ପରୀକ୍ଷାରେ ଟିନା ଶୀର୍ଷସ୍ଥାନ ଅଧିକାର କରିଥିଲାବେଳେ ଖାନ୍‍ ଦ୍ୱିତୀୟ ହୋଇଥିଲେ। ୨୦୧୫ ମେ’ରେ ନୂଆଦିଲ୍ଲୀସ୍ଥିତ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ କାର୍ଯ୍ୟାଳୟଠାରେ ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ସେମାନଙ୍କର ଏହି ସମ୍ପର୍କକୁ ‘ଲଭ୍‍ ଜିହାଦ’ର ନାମ ଦିଆଯାଇଥିଲା। ଏ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଟିନାଙ୍କ ପିତାଙ୍କୁ ଚିଠି ଲେଖାଯାଇଥିଲା। ୟୁପିଏସ୍‍ସି ପରୀକ୍ଷାରେ ଟିନାଙ୍କ କୃତିତ୍ୱ ପାଇଁ ମହାସଭା ଗର୍ବିତ; କିନ୍ତୁ ଜଣେ ମୁସଲମାନଙ୍କୁ ବିବାହ ନେଇ ତାଙ୍କ ନିଷ୍ପତ୍ତିରେ ମର୍ମାହତ ବୋଲି ଉକ୍ତ ଚିଠିରେ କୁହାଯାଇଥିଲା। ଟିନା ଏହି ଚିଠିର ଉତ୍ତର ଫେସ୍‍ବୁକ୍‍ରେ ‘୰ପ୍ରେମ ସ୍ୱାଧୀନ’ ବୋଲି ଲେଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories