www.samajalive.in
Sunday, December 14, 2025
19.1 C
Bhubaneswar

୧୪ରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ବୈଶାଖୀ ଜଳଛାୟା ବ୍ରତ

– ବାଉଙ୍ଗି ଭାର ଗର୍ଭଗୃହକୁ ପ୍ରବେଶ ଉପରେ ଲାଗିବ କଟକଣା 

-ଧୋତି-ଗାମୁଛା ପରିଧାନ କରି ପ୍ରବେଶ କରିବେ ଗୋପାଳ ଭକ୍ତ

ଆରଡି : ଆସନ୍ତା ୧୪ ତାରିଖରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଏକମାସ ବ୍ୟାପି ଅନୁଷ୍ଠିତ ହେବ ବୈଶାଖୀ ଜଳଛାୟା ବ୍ରତ। ଏହି ଅବସରରେ ମଣିବାବାଙ୍କୁ ଜଳଲାଗି କରିବା ପାଇଁ ଭଦ୍ରକ ଜିଲା ସମେତ ପଡୋଶୀ ଜିଲାରୁ ହଜାର-ହଜାର ଗୋପାଳ ଭକ୍ତଙ୍କ ସମାଗମ ହେବ ପୀଠରେ। ଏଥିସହ ମଣିବାବାଙ୍କ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି ଓ ସୁନାବେଶ ଦର୍ଶନ ନିମନ୍ତେ ଅଗଣିତ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପରିକି ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଗୋପାଳ ଭକ୍ତମାନେ ଯେପରି ସୁଚାର ରୂପେ ଗର୍ଭଗୃହ ମଧ୍ୟକୁ ଜଳ ନେଇକି ଯିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଚଳିତ ବର୍ଷ ଗର୍ଭଗୃହର ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳ ବାଉଙ୍ଗି ଭାର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏଥିପାଇଁ ଗୋପାଳ ଭକ୍ତମାନେ ମନ୍ଦିର ବେଢାରେ ବାଉଙ୍ଗି ଭାର ରଖି କେବଳ ପିତଳ ଗଗରାରେ ଜଳ ନେଇ ମନ୍ଦିର ଗର୍ଭଗୃହ ମଧ୍ୟକୁ ଯିବେ। ଏପରିକି ସେମାନେ କେବଳ ଧୋତି ଓ ଗାମୁଛା ପରିଧାନ କରି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ବୋଲି ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା। ତାହାସହ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଏକକ ଧାଡି ବିଶିଷ୍ଟ ବ୍ୟାରିକେଟ ନିର୍ମାଣ କରାଯିବା ସହ ପୂଜାର୍ଚ୍ଚନା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଥିଲେ। ବିଶେଷକରି ବୈଶାଖମାସରେ ମଣିବାବାଙ୍କର ଯୋଗୀବେଶ ହେଉନଥିବାରୁ ଅପରାହ୍ଣ ୫ଟା ସୁଧା ବଡସିଂହାର ବେଶ ସମ୍ପୁର୍ଣ୍ଣ କରାଯିବ ବୋଲି ମଧ୍ୟ ଉଭୟ ସେବାୟତ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତିି ନିଆଯାଇଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories