www.samajalive.in
Monday, December 15, 2025
27.1 C
Bhubaneswar

ମାଣ୍ଡିଆଜାତ ଖାଦ୍ୟର ସ୍ୱାଦ ସଚେତନତା ଓ ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ଜିଏନ ଉଚ୍ଚ ବିଦ୍ୟାଳୟ ପରିସରରେ ମିଲେଟ ମିଶନ ପକ୍ଷରୁ ପରୀକ୍ଷା ମୂଳକ ଭାବେ ମାଣ୍ଡିଆ ବଗିଚା ପ୍ରତିଷ୍ଠାର ଶୁଭାରମ୍ଭ ଗତକାଲି ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାଣ୍ଡିଆ ଜାତ ଖାଦ୍ୟର ସ୍ୱାଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ୧ଶହ ବର୍ଗ ମିଟର ମଧ୍ୟରେ ୫×୫ ମିଟର ସାଇଜର ୪ ଟି ପଟାଳି ନିର୍ମାଣ କରାଯାଇ ଏହି ପଟାଳିରେ ମାଣ୍ଡିଆ, ରାଗି, ବାଜରା ଓ କୋଦ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତି କରାଯାଇଥିଲା। ଏହା ଛଡ଼ା ବଣମହୁଲଡିହାର ମା ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀର ମିନତି ନାଏକଙ୍କ ଦ୍ଵାରା ତିଆରି କରାଯାଇଥିବା ମାଣ୍ଡିଆରେ ପ୍ରସ୍ତୁତ କ୍ଷୀରି, ବରା, କାକରା, ଲଡୁ, କେକ ଓ ପିଠା ଆଦି ସୁସ୍ୱାଦୁ ବ୍ୟଞ୍ଜନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଖାଇବାକୁ ଦେଇଥିଲେ। ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ସହବ୍ଲକ କୃଷି ଅଧିକାରୀ ପରେଶ କୁମାର ଦାଶ, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ସହକାରୀ ପ୍ରକଳ୍ପ ସଂଯୋଜକ ସମୀର ଦାସ, ପାଟଣା ବ୍ଲକ ସହ ସଂଯୋଜକ ତ୍ରିଲୋଚନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories