www.samajalive.in
Wednesday, December 10, 2025
23.1 C
Bhubaneswar

ଧାନକିଣା ଟାର୍ଗେଟକୁ ନେଇ ଚାଷୀ ଅସନ୍ତୋଷ, ରାଜରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟିଠାରେ ଧାନକିଣା ଟାର୍ଗେଟକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ରାଜରାସ୍ତା ଅବରୋଧ କରିଛନ୍ତି। ସରକାର ଲ୍ୟାମ୍ପ ମଧ୍ୟରେ ଦିନକୁ ୩ହଜାର କ୍ବିଣ୍ଟାଲ ଧାନ କିଣିବାକୁ କହିଥିଲେ। ତାହା ବର୍ତ୍ତମାନ ଦିନକୁ ୧୫ଶହ କ୍ବିଣ୍ଟାଲ ଧାନ କିଣିବା ପାଇଁ କହିବାରୁ ସମୟ ସୀମା ମଧ୍ୟରେ ସବୁ ଧାନ କିଣା ଯାଇପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। କଲ୍ୟାଣସିଂହପୁରଠାରୁ ରାୟଗଡ଼ା ମୁଖ୍ୟ ରାସ୍ତା ଦିନ ୧୧ଟାଠାରୁ ଅବରୋଧ କରିଥିଲେ। ଏହାକୁ ନେଇ ଥାନା ଏସଆଇ ଶିବ ପ୍ରସାଦ ସାହୁ, ତହସିଲଦାର ରଞ୍ଜନ କୁମାର ମାନସେଠ ଓ ପୂର୍ବତନ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଚାଷୀଙ୍କୁ ବୁଝା ସୁଝା କରି ରାଜପଥରୁ ହଟିବା ପାଇଁ କହିଥିଲେ। ଚାଷୀଙ୍କ ଯେତିକି ଧାନ ବିକ୍ରି ହୋଇପାରିବ ସେହି ଅନୁସାରେ ସରକାରଙ୍କୁ ଚିଠି କରାଯାଉଛି। ଯାହାର ଟୋକେନରେ ଯେତିକି ପରିମାଣର ଧାନ ବିକ୍ରି କରିବା ପାଇଁ ଆସିଛି ସବୁ ଲ୍ୟାମ୍ପ ଦ୍ୱାରା ନିୟନ୍ତ୍ରିତ ବଜାର କମିଟି ନେବେ। ୧୭ ତାରିଖସୁଦ୍ଧା ପ୍ରାୟ ୪ହଜାର କ୍ବିଣ୍ଟାଲ ଧାନ କିଣିବାର ଅଛି ବୋଲି ତହସିଲଦାର ଶ୍ରୀ ମାନସେଠ ବୁଝାଇବାରୁ ଚାଷୀ ରାସ୍ତାରୁ ହଟିଥିଲେ। ଶେଷରେ ମଣ୍ଡିକୁ ଧାନ ନେଇଥିଲେ। ଘଟଣା ସ୍ଥଳରେ ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ସୁପରଭାଇଜର ରାମକୃଷ୍ଣ ଚୌଧୁରୀ ଓ ପ୍ରଦୀପ କୁମାର ପାଳ ଉପସ୍ଥିତ ରହିଥିଲେ। ପ୍ରାୟ ୨ ଘଣ୍ଟା ଧରି ଚାଷୀ ରାସ୍ତା ଅବରୋଧ କରିଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories