www.samajalive.in
Monday, December 15, 2025
27.1 C
Bhubaneswar

ପର୍ଯ୍ୟଟନ ଓ ନିବେଶ ଦୃଷ୍ଟିରୁ ଓଡ଼ିଶା ନିବେଶକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ବର : ପୂର୍ବ ଭାରତର ପ୍ରବେଶ ପଥ ଭାବେ ପରିଚିତ ଓଡ଼ିଶା ପ୍ରାକୃତିକ ସମ୍ପଦର ଗନ୍ତାଘର। ୪୮୦ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି, ପରିବ୍ୟାପ୍ତ ନଦୀ, ପରିପୂର୍ଣ୍ଣ ଖଣିଜ ସମ୍ପଦ, ହଜାର ହଜାର ଏକର ଅରଣ୍ୟ ହେଉଛି ଓଡ଼ିଶାର ଶକ୍ତି। ଏଥିସହ ଏଠାରେ କୁଶଳୀ ଓ ଦକ୍ଷ ମାନବ ସମ୍ବଳ ଉପଲବ୍ଧ। ଏସବୁକୁ ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପର୍ଯ୍ୟଟନ ଓ ନିବେଶ ଦୃଷ୍ଟିରୁ ଓଡ଼ିଶା ନିବେଶକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରବାସୀ ଭାରତୀୟ ଦିବସରେ ଅନୁଷ୍ଠିତ “ଅପାର ସମ୍ଭାବନାର ଭୂମି ଆମ ଓଡ଼ିଶା” ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ କରିଥିଲେ।

କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଦେଶ ବିଦେଶ ସହ ବିମାନ ସଂଯୋଗୀକରଣକୁ ଅଧିକ ଉନ୍ନତ କରିପାରିଲେ ଓଡ଼ିଶାର ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଐତିହ୍ୟ ପର୍ଯ୍ୟଟନ ଓ ବନ୍ୟପ୍ରାଣୀ ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେବା ସହ ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକୁ ବିକଶିତ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ।

- Advertisement -

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଥିବା ବିଭିନ୍ନ ଆହ୍ବାନ ଉପରେ ଆଲୋକପାତ କରିଥିଲେ। ଅଧିକ ବନ୍ଦର, ବିମାନ ବନ୍ଦର, ଭିତ୍ତିଭୂମିର ବିକାଶ, ଶିଳ୍ପ ଅଭିବୃଦ୍ଧି, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପୁଷ୍ଟି ସାଙ୍ଗକୁ ସାମାଜିକ-ଅର୍ଥନୈତିକ ସମାନତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ନିମ୍ନ ଆୟକାରୀ ରାଜ୍ୟ ବର୍ଗରୁ ଉନ୍ନୀତ ହୋଇ ମଧ୍ୟମ ବର୍ଗରେ ଅନ୍ତର୍ଭୁକ୍ତ ହୋଇଥିବା ଦର୍ଶାଇ ସେ ଆଗାମୀ ଦିନରେ ରାଜ୍ୟକୁ ଉଚ୍ଚ ଆୟକାରୀ ରାଜ୍ୟ ବର୍ଗରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ।

ଅଭିନବ ବିନ୍ଦ୍ରା ଫାଉଣ୍ଡେସନର ପ୍ରତିଷ୍ଠାତା ପଦ୍ମଭୂଷଣ ଅଭିନବ ବିନ୍ଦ୍ରା ଓଡ଼ିଶାର ବିକାଶରେ କ୍ରୀଡାର ଭୂମିକା ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ଦକ୍ଷତା କେନ୍ଦ୍ର (ଓଡ଼ିଶା) ମୁଖ୍ୟ ଦକ୍ଷତା ଅଧିକାରୀ ବ୍ରୁନ୍ସ ପୋହ, ପାରାଦୀପ ବନ୍ଦର ଅଧ୍ୟକ୍ଷ, ପିଏଲ ହରନାଧ, ଇଣ୍ଡିଆନ କାଉନ୍ସିଲ ଫର ରିସର୍ଚ ଅନ ଇଣ୍ଟର୍ନାସନାଲ ଇକୋନୋମିକ ରିଲେସନ୍ସ (ଆଇସିଆରଆଇଇଆର)ର ନିର୍ଦେଶକ ଦୀପକ ମିଶ୍ର, ଭାରତ ବାୟୋଟେକର ମୁଖ୍ୟ ଉନ୍ନୟନ ଅଧିକାରୀ ରାଚେସ ଏଲା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories