www.samajalive.in
Monday, December 15, 2025
14.1 C
Bhubaneswar

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍

ଫୁଲବାଣୀ: ୧୩ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରା। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି।

ସୂଚନା ପ୍ରକାରେ, ଗତ ୨୦୨୦ ମସିହା ନଭେମ୍ବର ୨୮ ତାରିଖ ଦିନ ନାବାଳିକା ଜଣକ ସ୍କୁଲପାଠ କରିବା ପାଇଁ ଆଇଟିଆଇ ନିକଟସ୍ଥ ନିଜ ସାଙ୍ଗ ପାଖକୁ ଯାଉଥିବାବେଳେ ଅଭିଯୁକ୍ତ ସୁରଥ ଏବଂ ତାଙ୍କର ଜଣେ ସହଯୋଗୀ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ସାଙ୍ଗ ଘରେ ଛାଡ଼ିଦେବେ ବୋଲି କହିଥିଲେ। ନାବାଳିକା ଉଭୟଙ୍କ ସହିତ ପରିଚିତ ଥିବାରୁ ତାଙ୍କ ସହ ସ୍କୁଟିରେ ଯାଇଥିଲେ। ତେବେ ନାବାଳିକାଙ୍କୁ ସାଙ୍ଗ ଘରେ ନ ଛାଡ଼ି ଭେଟଖୋଲ ଘାଟିର ଜଙ୍ଗଲକୁ ନେଇଯାଇ ସେଠାରେ ଅଭିଯୁକ୍ତ ସୁରଥ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତର ସାଙ୍ଗ ଦୁଷ୍କର୍ମରେ ସହଯୋଗ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ। ଭୟରେ ପୀଡିତା କାହାକୁ କିଛି କହି ନ ଥିଲେ। ଘଟଣାର ୨୬ ଦିନ ପରେ ପୀଡ଼ିତା ନିଜର ପିଉସୀ ନାନୀ ଘରକୁ ଯାଇଥିବାବେଳେ ସାହସ କରି ସବୁକଥା ପିଉସୀ ନାନୀଙ୍କୁ କହିଥିଲେ। ପିଉସୀ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାରକୁ ଜଣାଇବାପରେ ପୀଡିତାଙ୍କ ବାପା ୨୪. ୧୨. ୨୦୨୦ ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ମୁତାବକ ଟାଉନ ଥାନା ପୁଲିସ ୧୬୬/୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନରେ ଥିବା ଅଭିଯୁକ୍ତର ସହଯୋଗୀ ଫେରାର ହୋଇ ଯାଇଥିଲା। ବୁଧବାର ଏହି ମାମଲାର ଶୁଣାଣି କରି ବିଚାରପତି ରାଜେଶ ଦାଶ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଡି ଏଲ୍ ଏସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories