www.samajalive.in
Tuesday, December 9, 2025
26.1 C
Bhubaneswar

ଭୂମିକମ୍ପ ଝଟକାରେ ଥରିଲା ନାସିକ, ୨ ଦିନରେ ୩ ଥର

ନାସିକ : ନାସିକ କାଲୱାନ ତାଲୁକରେ ଗତ ଦୁଇ ଦିନ ମଧ୍ୟରେ ୩ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ଏହି ତାଲୁକ ଅଧୀନ ୫ ଗ୍ରାମର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତି ଭୂମିକମ୍ପ ଝଟକାର ତୀବ୍ରତା ୨ରୁ ୩ ରିକ୍ଟର ସ୍କେଲ ବୋଲି ରେକର୍ଡ କରାଯାଇଛି। ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୭ଟା ୧୫ରେ କାଲୱାନ, ଭିଲୱାରା, ଦେଭଲିୱାଣି ଏବଂ ବୋରଗାଓଁରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସେତେବେଳେ ଲୋକେ ଏତେ ଭୟଭୀତ ହୋଇନଥିଲେ। କିନ୍ତୁ ସୋମବାର ସକାଳ ୧୦ଟା ୧୦ରେ ପୁନଃ ଭୂମିକମ୍ପ ଅନୁଭୂତ ହୋଇଥିଲା। କିଛି ସମୟ ପରେ ସେହି ଦିନ ଦ୍ୱିତୀୟ ଝଟକା ଅନୁଭୂତ ହୋଇଥିଲା। ଏହାପରଠାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ବିଡ଼ିଓଙ୍କ କହିବା ଅନୁସାରେ ଏହି ଅଞ୍ଚଳ ଭୂମିକମ୍ପ ପ୍ରବଣ ବୋଲି ଚିହ୍ନଟ କରାଯାଇଛି। ଫଳରେ ମଝିରେ ମଝିରେ ଏଠାରେ ଏଭଳି ଝଟକା ଅନୁଭୂତ ହୁଏ। ତେବେ ଏହାକୁ ନେଇ ଡରିବାର କିଛି ନାହିଁ। ଭୂମିକମ୍ପ ଡର ଯୋଗୁଁ ପ୍ରବଳ ଥଣ୍ଡା ସତ୍ତ୍ବେ ଲୋକେ ରାତିରେ ଘର ବାହାରେ ଶୋଉଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories