ସମସ୍ତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ, ଦୋଷମୁକ୍ତ କଲେ କୋର୍ଟ..
ଭୁବନେଶ୍ୱର : ସାଂସଦ ପ୍ରଦୀପ ପାଣିଗ୍ରାହୀ ବୁଧବାର ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି । ତାଙ୍କୁ ୩ଟି ମାମଲାରୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି ଗ୍ରାମାଞ୍ଚଳ କୋର୍ଟ । ଟାଟାରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ।
ସୂଚନାନୁଯାୟୀ, ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅନ୍ୟାନ୍ୟ ମାମଲା ରୁଜୁ ହେବାପରେ ତାଙ୍କୁ ଗିରଫ କରାଯାଇଥିଲା।
Comments are closed.