www.samajalive.in
Sunday, December 7, 2025
23.1 C
Bhubaneswar

ଆତ୍ମ ପ୍ରତିରକ୍ଷା ତାଲିମ୍ ପ୍ରାରମ୍ଭିକ ସଭା ଅନୁଷ୍ଠିତ

ଫୁଲବାଣୀ: ମଙ୍ଗଳବାର ଦିନ କନ୍ଧମାଳ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀରେ ଅଧ୍ୟକ୍ଷ ଡଃ ଜ୍ୟୋତି ପ୍ରକାଶ ରଥଙ୍କ ଅଧ୍ୟକ୍ଷତାରେ ଆତ୍ମ ପ୍ରତିରକ୍ଷା ତାଲିମ୍ ପ୍ରାରମ୍ଭିକ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ରସାୟନ ବିଜ୍ଞାନର ଅଧ୍ୟାପକ ସୁବ୍ରତ ରତନ ବେହେରା ଏବଂ ବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଛାତ୍ରୀମାନଙ୍କ ହିତରେ ଜାରି ଏହି ୮ ଦିନିଆ କାର୍ୟକ୍ରମରେ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମର ଗୁରୁତ୍ବ ଏବଂ ଆତ୍ମ ସମ୍ମାନ ବୃଦ୍ଧିର ମହତ୍ତ୍ବ ସମ୍ପର୍କରେ ସୂଚନା ଦିଆଯାଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories