www.samajalive.in
Sunday, December 7, 2025
14.1 C
Bhubaneswar

ଅମୀର, ନାସିରୁଦ୍ଦିନ ଏବଂ ସିଧୁ ବିଶ୍ୱାସ ଘାତକ : ଆରଏସ୍‍ଏସ୍‍ ନେତା ଇନ୍ଦ୍ରେଶ

ଆଲିଗଡ଼ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସ୍‍ଏସ୍‍) ନେତା ଇନ୍ଦ୍ରେଶ କୁମାର ପଞ୍ଜାବ ସରକାରର ମନ୍ତ୍ରୀ ନବଜୋତ ସିଂହ ସିଧୁ, ଅଭିନେତା ଅମୀର ଖାନ ଏବଂ ନାସିରୁଦ୍ଦିନ ଶାହାଙ୍କ ତୁଳନା ରାଜା ଜୟଚନ୍ଦ୍ର ଏବଂ ମୀର ଜାଫର ସହ କରିବା ପୂର୍ବକ ସେମାନଙ୍କୁ ବିଶ୍ୱାସ ଘାତକ ବୋଲି କହିଛନ୍ତି।
ଆଲିଗଡ଼ର ଏକ କାର୍ଯ୍ୟକ୍ରମରେ ଇନ୍ଦ୍ରେଶ କୁମାର କହିଥିଲେ ଯେ ସିଧୁ, ଅମୀର ଏବଂ ନାସିରୁଦ୍ଦିନ ଭଲ ଅଭିନେତା ହୋଇପାରନ୍ତି, ହେଲେ ସେମାନେ ଦେଶଦ୍ରୋହୀ। ତେଣୁ ସେମାନେ ସମ୍ମାନ ପାଇବାର ଯୋଗ୍ୟ ନୁହନ୍ତି। ଏମାନେ ମୀର ଜାଫର ଏବଂ ଜୟଚନ୍ଦ୍ର ଭଳି ବିଶ୍ୱାସ ଘାତକ ଅଟନ୍ତି। ଭାରତକୁ ଅଜମଲ କସାବ ଭଳି ମୁସଲମାନ ଯୁବକଙ୍କ ଆବଶ୍ୟକ ନାହିଁ। ଭାରତକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଭଳି ଲୋକଙ୍କ ଆବଶ୍ୟକତା ରହିଛି। ଦେଶକୁ କସାବ, ୟାକୁବ ଏବଂ ଇଶରତଙ୍କ ଭଳି ମୁସଲମାନଙ୍କ ଦେଖାଇବା ରାସ୍ତାରେ ନୁହଁ ବରଂ କଲାମଙ୍କ ଦେଖାଇବା ରାସ୍ତାରେ ଚାଲୁଥିବା ମୁସଲମାନଙ୍କ ଆବଶ୍ୟକତା ରହିଛି। ସେହିପରି ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଶୁଣାଣିରେ ବିଳମ୍ବ ପାଇଁ ସେ କଂଗ୍ରେସ, ବାମପନ୍ଥୀ ଏବଂ ଆଞ୍ଚଳିକ ସାମ୍ପ୍ରଦାୟିକ ଶକ୍ତିଙ୍କ ସହ କେତେକ ବିଚାରପତୀଙ୍କୁ ଦାୟୀ କରିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories