www.samajalive.in
Saturday, December 6, 2025
16.1 C
Bhubaneswar

ଭଲ ପ୍ରସ୍ତୁତି କରିଛନ୍ତି ଓଡିଶା ସରକାର: ଜୟଶଙ୍କର

ପୁରୀ : ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏଥିଲାଗି ଜଣଙ୍କ ପରେ ଜଣେ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ଲାଗି ୫ ଦିନିଆ ଓଡିଶା ଗସ୍ତ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର। ଆଜି ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏବଂ  କହିଛନ୍ତି ଆମ ମୋ ପାଇଁ ବଡ ସୌଭାଗ୍ୟର ଦିନ।  ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶା ସରକାର ଭଲ ପ୍ରସ୍ତୁତି କରିଛନ୍ତି । ଓଡିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ। ପୁରୀ ଯିବା ପୂର୍ବରୁ ସେ କୋଣାର୍କ ଯାଇ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବା ସହ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ। ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସେ ଉପସ୍ଥିତ ରହିବେ। ୧୦ ତାରିଖରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories