www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ ପହଞ୍ଚିଲା ଚୀନର ନୂଆ ଭୂତାଣୁ ; ବେଙ୍ଗାଲୁରୁରେ ପ୍ରଥମ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ୮ ମାସର ଶିଶୁ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।  କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଚ୍‌ଏମ୍‌ପିଭି ନାମରେ ଏକ ଭୂତାଣୁରେ ଚୀନରେ ଅନେକ ଲୋକେ ସଂକ୍ରମିତ ହୋଇ ସାରିଛନ୍ତି। ଯାହା ଏକ ଚିନ୍ତାର କାରଣ ପାଲଟିଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏଚ୍‌ଏମ୍‌ପିଭିର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁରେ ଜଣେ ୮ ମାସର ଶିଶୁ ସଂକ୍ରମିତ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ମତାନୁଯାୟୀ, ଏହି ଭୂତାଣୁର ପରୀକ୍ଷା କୌଣସି ସରକାରୀ ଲ୍ୟାବ୍‌ରେ କରାଯାଇ ନାହିଁ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲର ଲ୍ୟାବ୍‌ର ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିଛି । ଘରୋଇ ହସ୍ପିଟାଲର ରିପୋର୍ଟରେ ସନ୍ଦେହର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories