www.samajalive.in
Monday, December 15, 2025
14.1 C
Bhubaneswar

ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ମନ୍ତବ୍ୟ; ବିଜେପି ନେତାଙ୍କୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲ୍‌କାଜିରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ରମେଶ ବିଧୁରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। କାଲକାଜିରେ ଆୟୋଜିତ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ କାଳରେ ରମେଶ କହିଥିଲେ ଯେ ନିର୍ବାଚନରେ ସେ ବିଜୟୀ ହେଲେ କାଲକାଜି ବିଧାନସଭା କ୍ଷେତ୍ରର ରାସ୍ତାଗୁଡିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ କରିବେ। ସେ କହିଥିଲେ ‘ଲାଲୁ ପ୍ରସାଦ ଏକଦା ବିହାରରେ କହିଥିଲେ ଯେ ସେ ବିହାରର ରାସ୍ତାଗୁଡିକୁ ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ କରିବ। ମାତ୍ର ଲାଲୁ ମିଛ କହିଥିଲେଟ୍ଟ କାରଣ ସେ ଏହି କାମ କରିପାରି ନଥିଲେ। ମାତ୍ର ମୁଁ ପ୍ରତିଶ୍ରୁତି ଦେଉଛି ଯେ କାଲକାଜିର ସମସ୍ତ ରାସ୍ତାକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ କରିବୁ। ଓଖଲା ଓ ସଙ୍ଗମ ବିହାରର ରାସ୍ତା ଭଳି କାଲକାଜିର ରାସ୍ତାକୁ ଉନ୍ନତ କରାଯିବ।’
ରମେଶଙ୍କ ଏପରି ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହିତ କ୍ଷମା ପ୍ରାର୍ଥନା ଦାବି କରିଛି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ରମେଶଙ୍କ ମନ୍ତବ୍ୟ ବିଜେପିର ମହିଳା ବିରୋଧୀ ମାନସିକତାକୁ ସୂଚାଉଛି। ସୋସିଆଲ ମିଡିଆ ଏକ୍ସରେ ସୁପ୍ରିୟା ଲେଖିଛନ୍ତି ଯେ ପ୍ରିୟଙ୍କାଙ୍କ ସମ୍ପର୍କରେ ରମେଶ ଦେଇଥିବା ମନ୍ତବ୍ୟ ମହିଳାଙ୍କ ପ୍ରତି ତାଙ୍କର ନୀଚ ମାନସିକତାକୁ ସୂଚିତ କରୁଛି। ଅତୀତରେ ରମେଶ ସଂସଦରେ ମଧ୍ୟ ମହିଳାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ। ମାତ୍ର ଏଥିପାଇଁ କୌଣସି ଦଣ୍ଡ ପାଇ ନଥିଲେ। କଂଗ୍ରେସର ସମାଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରମେଶ ତାଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି। ରମେଶ କହିଛନ୍ତି ଯେ ହେମା ମାଳିନୀ ଜଣେ ମହିଳା। ଯେଉଁମାନେ ହେମା ମାଳିନୀଙ୍କୁ ଅସମ୍ମାନ କରିଥିଲେ ସେମାନେ ପ୍ରଥମେ କ୍ଷମା ମାଗନ୍ତୁ। ତେଣୁ କଂଗ୍ରେସ ପ୍ରଥମେ ନିଜକୁ ଠିକ୍ କରୁ, ତା’ପରେ ଆମେ ନିଜକୁ ସଂଶୋଧନ କରିବୁ। ହେମା ମାଳିନୀ ସାଧାରଣ ପରିବାରରୁ ଆସିଥିବାରୁ ସେ କ’ଣ ମହିଳା ନୁହନ୍ତି? ଆଉ ଯେଉଁମାନେ ବଡ ପରିବାରରୁ ଆସିଛନ୍ତି ସେମାନେ କେବଳ ମହିଳା। ଛୋଟ, ବଡ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର। ରମେଶ ତାଙ୍କ ମନ୍ତବ୍ୟକୁ ସମର୍ଥନ ଏପରି ସମର୍ଥନ କରିବା ପରେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଥିଲେ।
ରମେଶଙ୍କ ମନ୍ତବ୍ୟକୁ କଂଗ୍ରେସର ଅନ୍ୟତମ ନେତ୍ରୀ ଅଳକା ଲାମ୍ବା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସିଂହ ମଧ୍ୟ ସମାଲୋଚନା କରିଛନ୍ତି। ଏପରି କି ବିଜେପି ମଧ୍ୟ ରମେଶଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛି। ରମେଶ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଦକ୍ଷିଣ ଦିଲ୍ଲୀର ଲୋକସଭା ସାଂସଦ ଥିଲେ। ସେହିପରି ୨୦୦୩ ରୁ ୨୦୧୪ ପର‌୍ୟ୍ୟନ୍ତ ଦିଲ୍ଲୀ ବିଧାନସଭାର ସଦସ୍ୟ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories