www.samajalive.in
Sunday, December 7, 2025
14.1 C
Bhubaneswar

ରାମମନ୍ଦିର ନିର୍ମାଣ ପାଇଁ ଜମି ମାଗିଲେ କେନ୍ଦ୍ର ସରକାର

ରାମମନ୍ଦିର ନିର୍ମାଣ ପାଇଁ ଜମି ମାଗିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ନଥିବା ବେଳେ ନିର୍ବିବାଦୀୟ ଜମିରୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏହାଦ୍ୱାରା ରାମ ମନ୍ଦିର ନିର୍ମାଣ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି କୁହାଯାଉଥିବା ସ୍ଥାନରେ ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାବ୍ରି ମସଜିଦ୍‍କୁ ୧୯୯୨ ମସିହାରେ କରସେବକମାନେ ଭାଙ୍ଗି ଦେବା ପରେ ଜମି ବାବଦ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଜମିକୁ ସମାନ ସମାନ ଭାଗରେ ନିର୍ମୋହି ଆଖଡ଼ା, ରାମ ଜନ୍ମଭୂମି ଟ୍ରଷ୍ଟ ଓ ୱାକଫ୍‍ ବୋର୍ଡ ମଧ୍ୟରେ ବାଣ୍ଟିଦେବା ପାଇଁ ଆହ୍ଲାବାଦ୍‍ ୨୦୧୦ରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ମାମଲାର ତ୍ୱରିତ ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହିତ ଚୂଡ଼ାନ୍ତ ଶୁଣାଣି ପାଇଁ ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ତେବେ ଆସନ୍ତା ନିର୍ବାଚନ ପୂର୍ବରୁ ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ନିର୍ବିବାଦୀୟ ଜମିରୁ ସ୍ଥିତାବସ୍ଥା ଉଠାଇବା ସହିତ କିଛି ଅଂଶ ଦେବା ପାଇଁ ଅନୁୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ୨୫ ବର୍ଷ ତଳୁ ଉତ୍ତରପ୍ରଦେଶ ସରକାର ୬୭ ଏକର ଜମି ନିଜ ଅଧୀନକୁ ଆଣିଛନ୍ତି। ସେହି ଜମିରୁ ୨.୭ ଏକର ଜମି ବିବାଦୀୟ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories