www.samajalive.in
Saturday, December 6, 2025
14.1 C
Bhubaneswar

ମୋଦୀ ପ୍ରଧାନମନ୍ତ୍ରୀ, ଯୋଗୀ ମୁଖ୍ୟମନ୍ତ୍ରୀ, ତଥାପି ତମ୍ବୁରେ ଶ୍ରୀରାମ

ବାଲିଆ(ଉତ୍ତରପ୍ରଦେଶ): ନରେନ୍ଦ୍ର ମୋଦୀ ଏବେ ଦେଶର ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ। ତଥାପି ରାମମନ୍ଦିର ନିର୍ମାଣ ହୋଇପାରୁନି। ପ୍ରଭୁ ଶ୍ରୀରାମଚନ୍ଦ୍ର ତମ୍ବୁ ଭିତରେ ରହିଛନ୍ତି। ଏହା ହିନ୍ଦୁଙ୍କ ପାଇଁ ଦୁର୍ଭାଗ୍ୟ। ବିଜେପି ନେତା ତଥା ବାଲିଆ ବିଧାୟକ ସୁରେନ୍ଦ୍ର ସିଂହ ଏଭଳି ଖେଦୋକ୍ତି ପ୍ରକାଶ କରିଛନ୍ତି।
ଶନିବାର ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ଶ୍ରୀ ସିଂହ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ସାମ୍ବିଧାନିକ ବିଧିବ୍ୟବସ୍ଥାର ଊଦ୍ଧ୍ୱର୍ରେ। ତେଣୁ କୌଣସି ନୀତିନିୟମ ଓ ନିର୍ଦେଶକୁ ଅପେକ୍ଷା ନ କରି ଖୁବ୍‍ ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ। ଗତ ୧୨ ତାରିଖରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା କହିଥିଲେ ଯେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଇଚ୍ଛା ନଥିଲେ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ଶ୍ରୀରାମମନ୍ଦିର ନିର୍ମାଣ ବିବାଦ ମାମଲାକୁ ସୁପ୍ରିମକୋର୍ଟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories