ବାପା ବିକନ୍ତି ଗୁପଚୁପ୍, ଦଶମରେ ଝିଅ ରଖିଲା ୯୯.୭୨ ପ୍ରତିଶତ ମାର୍କ
ନୂଆଦିଲ୍ଲୀ : ଗୁଜରାତ ମାଧ୍ୟମିକ ବୋର୍ଡର ୧୦ମ ଫଳାଫଳରେ ବଡୋଦରାର ଜଣେ ଗୁପଚୁପ୍ ବ୍ୟାପାରୀଙ୍କ ଝିଅ ୯୯.୭୨ ପ୍ରତିଶତ ହାସଲ କରିଛନ୍ତି । ଝିଅର ଏହି ସଫଳତାରେ ସାରା ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
ବଡୋଦରାରେ ଗତ ୨୫ ବର୍ଷ ଧରି ଗୁପଚୁପ୍ ବିକି ନିଜ ପରିବାର ଚଳାଇ ଆସୁଥିବା ପ୍ରକାଶ କୁଶଓ୍ବାହାଙ୍କ ଝିଅ ପୁନମ ଚଳିତ ବର୍ଷ ଗୁଜରାତ ମାଧ୍ୟମିକ ବୋର୍ଡରେ ୧୦ମ ଫରୀକ୍ଷା ଦେଇଥିଲେ । ଏବେ ଫଳାଫଳ ଆସିଛି ଯେଉଁଥିରେ ସେ ୯୯.୭୨ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ରେଜଲ୍ଟ ଆସିବା ପରେ ଘରେ ଉତ୍ସାହ ଦେଖାଦେଇଛି । ପ୍ରକାଶ କୁଶଓ୍ବାହ ଏକ ଛୋଟ ଠେଲା ଗାଡିରେ ଗୁପଚୁପ୍ ବିକନ୍ତି । ତେବେ ରେଜଲ୍ଟ ଆସିବା ପରେ ପୁନମ ଆଗକୁ ମେଡିକାଲ ଦିଗରେ ଅଗ୍ରସର ହେବା ପାଇଁ ପଢିବେ ବୋଲି କୁହନ୍ତି । ସେ ସବୁ ଶ୍ରେୟ ନିଜ ପରିବାରକୁ ଦେବା ସହ ଆଗକୁ ମଧ୍ୟ ନିଜ ପରିବାର ଲୋକଙ୍କ ଖୁସି ପାଇଁ ସବୁବେଳେ ଚେଷ୍ଟା କରିବେ ବୋଲି କହିଛନ୍ତି ।
Comments are closed.