www.samajalive.in
Monday, December 15, 2025
14.1 C
Bhubaneswar

ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..

ନୂଆଦିଲ୍ଲୀ : ଦେଶରେ ଗାଡି ସଂଖ୍ୟା ନିୟମିତ ବୃଦ୍ଧି ପାଉଥିବା ଦେଖାଯାଉଛି। ରାତି ପାହିବା ମାତ୍ରେ ଲୋକେ ମୁଖ୍ୟତଃ ୨ ହେଉ କିମ୍ବା ୪ ଚକିଆ ଧରି ନିଜ ନିଜ କାମରେ ବାହାରି ଯାଆନ୍ତି । ତେବେ ଅନେକ ସମୟରେ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିବା ଦ୍ୱାରା ଜୋରିମାନା ଦେବାକୁୁ ପଡିଥାଏ। ଏବେ କିନ୍ତୁ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିବା ଦ୍ୱାରା ମୋଟା ଅଙ୍କର ଜୋରିମାନା ଗଣିବେ। ନିୟମ ଉଲ୍ଲଂଘନ କଲେ ଶହ କି ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଗଣିବେ । ପ୍ରାୟ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ।
ରାଜଧାନୀ ଦିଲ୍ଲୀରେ ପରିବହନ ବିଭାଗ ଜୋରିମାନାର ଅର୍ଥରାଶି ବୃଦ୍ଧି କରିଛି। ଏଥିରେ କିଛି ନୂଆ ନିୟମ ଓ ସର୍ତ୍ତାବଳୀ ଲାଗୁ କରିଛି । ଫଳରେ ଜୋରିମାନା ଲକ୍ଷ ଲକ୍ଷ ଟଙ୍କା ଗଣିବାକୁ ପଡିବ।

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ, ଓଭରଲୋଡିଙ୍ଗର ୫ ହଜାର ଟଙ୍କା, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ନଥିଲେ ୧୦ ହଜାର, ଫିଟ୍‌ନେସ୍‌ ନଥିଲେ ୧୦ ହଜାର, ପର୍‌ମିଟ୍‌ ଉଲ୍ଲଂଘନ ପାଇଁ ୧୦ ହଜାର, ବୀମା ନଥିଲେ ୪ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ହଜାର, ନିର୍ମାଣ ପାଇଁ ନିଆଯାଉଥିବା ସାମଗ୍ରୀ ଢାଙ୍କି ହୋଇନଥିଲେ ୨୦ହଜାର, ସିଟ୍‌ ବେଲ୍ଟ ନପିନ୍ଧିଥିଲେ ୧ହଜାର ଟଙ୍କାର ଚାଲାଣ କଟିବ। ଓଭରଲୋଡିଙ୍ଗର ଚାଲାଣ ୨୦ ହଜାର, ଆବଶ୍ୟକ ଠାରୁ ଅଧିକ ସାମଗ୍ରୀ ପାଇଁ ୨ ହଜାର ଚାଲାଣ କଟାଯିବ। ଫଳରେ ଏହି ଜୋରିମାନା ରାଶି ୨ ଲକ୍ଷ ଟଙ୍କା ମଧ୍ୟ ଅତିକ୍ରମ କରିବ ।

ନୂତନ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ଦିଲ୍ଲୀ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଭରଲୋଡିଂ ପାଇଁ ଜଣେ ବ୍ୟକ୍ତିଙ୍କୁ ୫୬ ହଜାର ଟଙ୍କା ଚାଲାଣ କାଟିଥିଲେ। ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୦୦୦ ଟଙ୍କା, ପଞ୍ଜୀକରଣ ପ୍ରମାଣପତ୍ର ପାଇଁ ୧୦ ହଜାର ଟଙ୍କା, ଫିଟନେସ ପାଇଁ ୧୦ ହଜାର ଟଙ୍କା ଅନୁମତି ଉଲ୍ଲଂଘନ ପାଇଁ ୧୦ ହଜାର ଟଙ୍କା, ବୀମା ପାଇଁ ୪ ହଜାର ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦ ହଜାର ଟଙ୍କା ଚାଲାଣ କାଟିଥିଲେ। କିଛି ଚାଳକଙ୍କ ୨ ଲକ୍ଷ ଟଙ୍କାରୁ ଅଧିକ ଚାଲାଣ କଟା ଯାଇଥିବା କାରଣରୁ ସେମାନେ ଟ୍ରକ୍‌କୁ ସେଠାରେ ଛାଡି ଯିବାକୁ ବାଧ୍ୟ ହୋଇଥିଲେ ।

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories