www.samajalive.in
Sunday, December 7, 2025
23.1 C
Bhubaneswar

ବିବାହ କରିବେ ବରୁଣ ଧାୱନ!

ମୁମ୍ବଇ : ବିଗତ ବର୍ଷରୁ ବଲିଉଡ଼ରେ ବିବାହର ଋତୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ଆଉ ଜଣେ ସିନେ ତାରକା ବିବାହ କରିବାକୁ ଯାଉଛନ୍ତି। ମିଳିଥିବା ଖବର ଅନୁସାରେ, ଅଭିନେତା ବରୁଣ ଧାୱନ ଚଳିତ ବର୍ଷ ନଭେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ନିଜ ପିଲା ଦିନର ବାନ୍ଧବୀ ନତାଶା ଦଲାଲଙ୍କ ସହ ଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହରେ ପରିଣତ ହେବାକୁ ଯାଉଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ଏବେ ବିବାହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ନିକଟରେ ବରୁଣ କରଣ ଜୋହରଙ୍କ ରିୟାଲିଟି ଶୋ’ ‘କଫି ୱିଥ୍‍ କରଣ’ ରେ ପହଞ୍ଚିଥିଲେ, ଯେଉଁଠି ସେ ନତାଶାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ମାତ୍ର ବିବାହକୁ ନେଇ ବରୁଣ ଏଯାବତ୍‍ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରି ନାହାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories