ମୁମ୍ବଇ : ବିଗତ ବର୍ଷରୁ ବଲିଉଡ଼ରେ ବିବାହର ଋତୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ଆଉ ଜଣେ ସିନେ ତାରକା ବିବାହ କରିବାକୁ ଯାଉଛନ୍ତି। ମିଳିଥିବା ଖବର ଅନୁସାରେ, ଅଭିନେତା ବରୁଣ ଧାୱନ ଚଳିତ ବର୍ଷ ନଭେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ନିଜ ପିଲା ଦିନର ବାନ୍ଧବୀ ନତାଶା ଦଲାଲଙ୍କ ସହ ଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହରେ ପରିଣତ ହେବାକୁ ଯାଉଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ଏବେ ବିବାହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ନିକଟରେ ବରୁଣ କରଣ ଜୋହରଙ୍କ ରିୟାଲିଟି ଶୋ’ ‘କଫି ୱିଥ୍ କରଣ’ ରେ ପହଞ୍ଚିଥିଲେ, ଯେଉଁଠି ସେ ନତାଶାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ମାତ୍ର ବିବାହକୁ ନେଇ ବରୁଣ ଏଯାବତ୍ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରି ନାହାନ୍ତି।
Popular Categories



