www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ସୂଚନା ସେବା ସଂଘର କର୍ମକର୍ତ୍ତା ନିର୍ବାଚନ, ସୁଜିତ ରଞ୍ଜନ ସ୍ୱାଇଁ ସଙ୍ଘର ଅଡିଟର ଭାବେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା ସୂଚନା ସେବା ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ସଂଘର ସାଂଗଠନିକ କ୍ରିୟାଶୀଳତା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ସୂଚନା ସେବା ସଂଘର କ୍ୟାଡ଼ରକୁ ସୁଦୃଢ଼ କରାଯିବା ସହ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଯେଭଳି ଦକ୍ଷତାର ସହିତ ସେମାନଙ୍କର ସେବା ପ୍ରଦାନ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା। ସଂଘର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ସଂପୃକ୍ତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଉପସ୍ଥିତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିଲେ।

ଏହା ପରେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ନିର୍ବାଚନରେ ସୁଚେତା ପ୍ରିୟଦର୍ଶିନୀ ସଭାପତି, ବିଭୂତି ଭୂଷଣ ନାୟକ ଉପସଭାପତି, ପଠାଣି ରାଉତ ସାଧାରଣ ସଂପାଦକ, ଦୀପକ କୁମାର ସାହୁ ଯୁଗ୍ମ ସଂପାଦକ ଓ ତନୁଜା ମହାନ୍ତି କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଅନୁରୂପ ଭାବେ ପୂର୍ବାଞ୍ଚଳ ଜୋନ୍‌ ପାଇଁ ଅବିନାଶ ଆଜାଦ୍‌ ପାଣି, ଉତ୍ତରାଞ୍ଚଳ ନିମନ୍ତେ ପ୍ରହ୍ଲାଦ ଖୋସଲା ଏବଂ ଦକ୍ଷିଣାଞ୍ଚଳ ନିମନ୍ତେ ପ୍ରମିଳା ମାଝୀ ସଂପାଦକ ହୋଇଛନ୍ତି।

- Advertisement -

କାର୍ଯ୍ୟକାରୀ ପରିଷଦରେ ଦେବାଶିଷ ପଟ୍ଟନାୟକ, ଜିତେନ୍ଦ୍ରୀୟ ଜେନା, ସୌରଭ କୁମାର ପ୍ରଧାନ, ଆଶୁତୋଷ ପାଇକରାୟ, ରବିନାରାୟଣ ବେହେରା, ରୋଜାଲିନ୍‌ ସାହୁ, ବିନାୟକ ମିଶ୍ର, ଆଲୋକ କୁମାର ମହାନ୍ତି, ହରପ୍ରସାଦ ମହାପାତ୍ର, ସାର୍ଥକ ଅଭିନନ୍ଦନ ରାୟଙ୍କୁ ଗ୍ରହଣ କରାଯାଇଥିଲା । ସୁଜିତ ରଞ୍ଜନ ସ୍ୱାଇଁ ସଙ୍ଘର ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି।ସୁରେନ୍ଦ୍ର ନାଥ ପରିଡ଼ା, ସନ୍ତୋଷ କୁମାର ଦାସ, ଗୁର୍‌ବୀର ସିଂହ, ବିଶ୍ୱଜିତ ଦାଶ, ଚିତ୍ତରଞ୍ଜନ ପତି, ଦୀପ୍ତିମୟୀ ମହାପାତ୍ରଙ୍କୁ ଉପଦେଷ୍ଟା ରଖାଯାଇଛି । କର୍ମକର୍ତ୍ତାମାନେ ସଂଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଶୃଙ୍ଖଳିତ ଭାବରେ ପ୍ରୟାସ ବଜାୟ ରଖିବେ ବୋଲି ମତପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories