www.samajalive.in
Monday, December 15, 2025
17.1 C
Bhubaneswar

ଭଗ୍ନ ଅବସ୍ଥାରେ ପଠାଣିସାମନ୍ତଙ୍କ କୃତୀ ଓ ପ୍ରତିଭାର ସ୍ବାକ୍ଷର ବହନ କରୁଥିବା ସୂର୍ଯ୍ୟଘଡ଼ି

ଭୁବନେଶ୍ୱର : ବିଶ୍ବବିଖ୍ଯା ତ ଜ୍ୟୋତିବିତ୍ ପଠାଣି ସାମନ୍ତ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିଲେ। ପ୍ରାକ୍ ସ୍ବାଧୀନତା କାଳରେ ଜ୍ୟୋର୍ତିବିଜ୍ଞାନ ସମ୍ପର୍କରେ ବିଶ୍ଵବାସୀଙ୍କୁ ପ୍ରେରଣା ଦେଇଥିବା ଏହି ବରପୁତ୍ରଙ୍କ ସ୍ମୃତିରକ୍ଷା ନିମନ୍ତେ ରାଜ୍ୟ ସରକାର ଯେତିକି ଆନ୍ତରିକତା ପ୍ରକାଶ କରିବା କଥା ତାହା କରିନଥିବାରୁ ଖଣ୍ଡପଡ଼ା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପଠାଣିସାମନ୍ତଙ୍କ କୃତୀ ଓ ପ୍ରତିଭାର ସ୍ବାକ୍ଷର ବହନ କରୁଥିବା ସୂର୍ଯ୍ୟଘଡ଼ିଟି ଭଗ୍ନ ଅବସ୍ଥାରେ ଏବେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିରହିଛି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ ପୁରାତନ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଏହି ସୂର୍ଯ୍ୟଘଡ଼ିଟିର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନିକ ଅଧିକାରୀ ନତୁବା ଲୋକ ପ୍ରତିନିଧୂମାନେ କେହି ବି ଧ୍ୟାନ ଦେଉନାହାନ୍ତି।

ସେହିପରି କେନ୍ଦ୍ର ସରକାର ପଠାଣି ସାମନ୍ତଙ୍କ ସ୍ମୃତିରକ୍ଷା ନିମନ୍ତେ ଏକଦା ଡ଼ାକ ଟିକ ଟିକଟ୍ ପ୍ରଚଳନ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସାମନ୍ତଙ୍କ ଫଟୋ ଥାଇ ପ୍ରଚଳିତ ଡ଼ାକ ଟିକଟ ବନ୍ଦ ହୋଇଯାଇଥିବାରୁ ଖଣ୍ଡ ପଡ଼ ଅ ଞ୍ଚ ଳ ବ । ସୀ ଦୁଃଖ ପ୍ର କ । ଶ କରିଛନ୍ତି। ପ୍ରତିବର୍ଷ ଡିସେମ୍ବରର ବିଭିନ୍ନ ଦିନରେ ରାଜ୍ୟର କେ କୋଣ, ଅନୁକୋଣ ଓ ରାଜ୍ୟ ବାହାରେ ସାମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳିତ ହେଁ ତାଙ୍କ ସ୍ମୃତି ହେଉଥିଲେ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକା କାର ଅଦ୍ୟାବଧ ବଧୂ ସେଭଳି କିଛି ପଦକ୍ଷେପ ନେଇ ନ‌ଥୁବା ଜଣାପଡ଼ିଛି। ସାମନ୍ତଙ୍କ ସ୍ମୃତିରକ୍ଷା ନିମନ୍ତେ ତାଙ୍କ ନାମ ରେ ଖଣ୍ଡପଡ଼ାଠାରେ ଏକ ସ୍ମାରକୀ ନିର୍ମାଣ କରିବା, ବାଇପାସ୍ ରାସ୍ତା ନତୁବା ଖଣ୍ଡପଡ଼ା- କଣ୍ଟିଲୋ ରାସ୍ତାକୁ ପଠାଣିସାମନ୍ତ ମାର୍ଗ ନାମରେ ନାମିତ କରିବା, ଜଗନ୍ନାଥ ସଂସ୍କୃ ସଂସ୍କୃତିର ଆଦିପୀଠ ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋରେ ସାମନ୍ତଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ସହ ରାଜ୍ୟ ସରକାର ଖଣ୍ଡପଡ଼ାଠାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ପାଇଁ ନେଇଥିବା ନିଷ୍ପତ୍ତି ନିଷ୍ପଭିକୁ ତୁରନ୍ତ କାର୍ଯ୍ୟକାର ରୀ କରିବା ପାଇଁ କେନ୍ଦ୍ର ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories