www.samajalive.in
Monday, December 15, 2025
17.1 C
Bhubaneswar

କଟକରେ ବଡ଼ଦିନ ପାଇଁ ଉତ୍ସବର ମାହୋଲ

ଡେସ୍କ: ସିଲଭରସିଟିରେ ପାଳିତ ହେଲା ବଡ଼ ଦିନ। ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ନେଇ କଟକରେ କ୍ରିସମାସ ପର୍ବ ପାଳନ ହୋଇଛି। ସାଂସ୍କୃତିକ ପ୍ରାଣକେନ୍ଦ୍ର ରୋୖପ୍ୟ ନଗରୀ କଟକ ସହର ବଡ଼ଦିନ ପାଇଁ ସୁନ୍ଦର ଭାବରେ ସଜେଇ ହୋଇଛି ସମସ୍ତ ଚର୍ଚ୍ଚ। ଏହାସହ ବିଭିନ୍ନ ଆଲୋକ ମାଲରେ ଝଲସି ଉଠିଛି ସାରା ସହର।।


ପ୍ରଭୁ ଯୀଶୁ ଜନ୍ମ ନେଇ ଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ ସବୁ ଦେଖିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରାତି ୧୨ ବାଜିବା କ୍ଷଣି ସମସ୍ତେ ସମସ୍ତଂକୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ। ଚର୍ଚ୍ଚରେ ସମୂହ ପାର୍ଥନା କରିବା ପରେ ଘରେ ଘରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ।

- Advertisement -


ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ଭିତରେ କ୍ରିସମାସ ପାଇଁ କଟକ ସହରର ଥିବା କ୍ୟାଥେଲିକ୍ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚ ଗୁଡିକରେ ମଧ୍ୟ ସମସ୍ତେ ଏକାଠି ହୋଇ ଏହି ପବିତ୍ର ଦିନ ଟିକୁ ଧୁମ ଧାମରେ ପାଳନ କରିବା ପାଇଁ ସମୂହ ପାର୍ଥନା କରିଛନ୍ତି। କେବଳ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟାନ୍ୟ ସଂପ୍ରଦାୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି ଏହି ବଡଦିନ ପର୍ବରେ। ସମସ୍ତ ଏକାଠି ହୋଇ କ୍ୟାରୋଲ ଗାନ କରିଛନ୍ତି। ଏହାସହ ପରସ୍ପରକୁ ଏହି ପବିତ୍ର କ୍ରିସମାସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories