www.samajalive.in
Sunday, December 7, 2025
26.1 C
Bhubaneswar

ଖାତକୁ ଖସିଲା ପିକ୍‍ଅପ୍‍ ଭ୍ୟାନ, ୭ ମୃତ

ଡେହରାଡୁନ : ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲା ଚମ୍ପାବତ ଅଞ୍ଚଳରେ ରବିବାର ଏକ ପିକ୍‍ଅପ୍‍ ଭ୍ୟାନ ଭାରସାମ୍ୟ ହରାଇ ଗଭୀର ଖାତକୁ ଖସି ପଡ଼ିଛି। ଏଥିରେ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‍ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି।
ସୂଚନା ଅନୁସାରେ କେତେକ ଲୋକ ଅନ୍ତିମ ସତ୍କାର ପାଇଁ ମିରତୋଲିରୁ ଏକ ଶବ ପିକଅପ ଭ୍ୟାନରେ ନେଇ ଶ୍ମଶାନକୁ ଯାଉଥିଲେ। ଭ୍ୟାନରେ ପାଖାପାଖି ୨୦ ଜଣ ଯାତ୍ରୀ ଥିଲେ। ଦିନ ପ୍ରାୟ ୧୨ଟା ବେଳେ ଚମ୍ପାବତର ଲିସା ଡିପୋ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଖାତକୁ ଖସିପଡ଼ିଥିଲା। ଏସ୍‍ଡିଆରଏଫ ଏବଂ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories