www.samajalive.in
Monday, December 15, 2025
16.1 C
Bhubaneswar

ଜି ଏମ୍ ୟୁ ଆର୍ଟ ଗ୍ୟାଲେରୀ ଉଦଘାଟିତ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୟୁଟିଲିଟି କେନ୍ଦ୍ରରେ ନବ ପ୍ରତିଷ୍ଠିତ ଆର୍ଟ ଗ୍ୟାଲେରୀ ତଥା ଆଲୁମିନି କନେକ୍ଟ ହଲ୍ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଏନ୍. ନାଗାରାଜୁ, କୁଳସଚିବ ସନତ କୁମାର ନାୟକ, ଉପକୁଳସଚିବ ଡ. ଉମାଚରଣ ପତି, ପ୍ରଖ୍ୟାତ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ, ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ନନ୍ଦକିଶୋର ପୂଜାରୀ ଓ ନିମନ୍ତ୍ରିତ ଚିତ୍ରଶିଳ୍ପୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉଭୟ ସଭା ପ୍ରକୋଷ୍ଠକୁ ଉଦଘାଟନ କରିଥିଲେ। ଲୋକାର୍ପଣ ଅବସରରେ ମନ୍ତ୍ରୀ କହିଥିଲେ ଯେ, ସମଗ୍ର ଓଡ଼ିଶାର ବିଶ୍ବବିଦ୍ୟାଳୟ ସମୁହରେ ଅଦ୍ୱିତୀୟ ଏହି ଗ୍ୟାଲେରୀ ଚିତ୍ରକଳା ତଥା ସ୍ଥପତିର ଆବେଦନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶତାଧିକ ପୁରାତନ ଛାତ୍ରଛାତ୍ରୀ ତଥା କଳାପ୍ରେମୀ ଏହାକୁ ପରିଦର୍ଶନ କରି ଅଭିଭୂତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷଠାରୁ ବିଶ୍ବବିଦ୍ୟାଳୟରେ ଆର୍ଟ ଓ କ୍ରାଫ୍ଟ ଶିକ୍ଷା ପାଇଁ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଗ୍ୟାଲେରୀ ପ୍ରତିଷ୍ଠା ଦିଗରେ ଭୀମ ଭୋଇ ଗବେଷଣା କେନ୍ଦ୍ରର ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଓ କଳା କେନ୍ଦ୍ରର ନିର୍ଦ୍ଦେଶିକା ବନ୍ଦନା ପଣ୍ଡା ପ୍ରମୁଖ ଭୂମିକା ନିର୍ବାହ ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories