ନନ୍ଦନକାନନ ପ୍ରାଣୀଉଦ୍ଯାନରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ଭିଡ଼ ନିୟନ୍ତ୍ରଣ କରିବ ଅନ୍ଲାଇନ ଟିକଟ
ଭୁବନେଶ୍ୱର : ଦିନ କେଇଟା ପରେ ନୂଆବର୍ଷ ପାଦ ଥାପିବ। ଏହାରି ମଧ୍ୟରେ ଲୋକେ ପାଳିବେ ବଡ଼ଦିନ I ଅନ୍ୟଦିନ ତୁଳନାରେ ଉକ୍ତ ଦିନଗୁଡ଼ିକରେ ପର୍ଯ୍ୟଟକଙ୍କ ଗହଳି ଅଧୂକ ରହିବ । ତାହାକୁ ଦୃଷ୍ଟିରେ ରଖ୍ ଏବେଠୁ ବିଭିନ୍ନ ପର୍ଯ୍ୟଟ ନକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେହିକ୍ରମରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ଏହାର ପାର୍ଶ୍ଵରେ ଥିବା ରାଜ୍ୟ ଉଭିଦଉଦ୍ୟାନରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ନିଯନ୍ତ୍ରଣ ପାଇଁ ସଞ୍ଚାର( ଅନଲାଇନ) ହ୍ଵାଟ୍ସଆପ୍ରେ ଟିକଟ ସଂଗ୍ରହ କରିବାକୁ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାଯଣ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟକ ଯେପରି ସୁରକ୍ଷିତ ଭାବେ ଉଭୟ ଉଦ୍ୟାନ ଭ୍ରମଣ କରିବେ ତା’ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଶ୍ରୀ ନାରାୟଣ କହିଛନ୍ତି ।
ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟକ ଉଭୟ ଉଦ୍ୟାନ ବୁଲିବାକୁ ଆସନ୍ତି। ପର୍ଯ୍ୟଟକ ରୋପୱେର ମଜା ନେଇଥାନ୍ତି । ଏଥିସହ ବସ୍ରେ ବସି ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି। ସେହିପରି ବ୍ୟାଟେରିଚାଳିତ ଗାଡ଼ିରେ ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜି, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖୁଥାନ୍ତି। ରାଜ୍ୟଉଭିଦ ଉଦ୍ୟାନରେ ମନୋରମ ପରିବେଶ ଉପଭୋଗ କରିବା ସହ ବିଭିନ୍ନ ଫୁଲ ବଗିଚା ଓ ଶିଶୁ ଉଦ୍ୟାନରେ ଦୋଳି, ଚକ୍ର ଆଦି ଖେଳନାର ମଜା ଉଠାଇଥାନ୍ତି। ଏସବୁ ସୁବିଧା ପାଇଁ ପର୍ଯ୍ୟଟକଙ୍କୁ ପୃଥକ ଭଡ଼ା ଦେବାକୁ ପଡ଼ିଥାଏ।
ନନ୍ଦନକାନନରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦୦ଟଙ୍କା ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫୦ଟଙ୍କା, ୩ରୁ ୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା ରହିଛି। ଷ୍ଟିଲ ଓ ଡିଜିଟାଲ କ୍ୟାମେରା ନେବାଲାଗି କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ବଡ଼ କ୍ୟାମେରା ପାଇଁ ୧୦୦, ଭିଡିଓ ସୁଟିଂ ପାଇଁ ୫୦୦ ଓ ଚଳଚ୍ଚିତ୍ର ସୁଟିଂ ପାଇଁ ୪ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସଫାରୀ ଯିବାକୁ ହେଲେ ଜଣଙ୍କ ପିଛା ୭୦ଟଙ୍କା ଓ ଏସି ବସ୍ରେ ଗଲେ ଜଣଙ୍କ ପିଛା ୧୧୦ଟଙ୍କା, ବ୍ୟାଟେରୀଚାଳିତ ଗାଡ଼ିରେ ବୁଲିଲେ ୮୦ଟଙ୍କା ଓ ରୋପୱେ ପାଇଁ ୧୨୦ଟଙ୍କା ଓ ୩ରୁ ୧୨ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୭୪ଟଙ୍କା, ସ୍କୁଲ ପିଲାଙ୍କ ପାଇଁ ୬୩ଟଙ୍କା ଦେବାକୁ ପଡ଼ିଥାଏ। ମାଛଘର ପାଦଚଲା ବିହଙ୍ଗସାରଣୀ ବୁଲିବାକୁ ଗଲେ ଦେୟ ଦେବାକୁ ପଡ଼ିନଥାଏ। ପଲିଥୁନ ବଦଳରେ କାଗଜ ଠୁଙ୍ଗା, ବ୍ୟାଗ୍ ବ୍ୟବହାର କରିବାକୁ ସଚେତନ କରାଯାଉଛି । କାଗଜ ବ୍ୟାଗ୍ ପାଇଁ ୫ଟଙ୍କା ଓ ବଡ଼ବ୍ୟାଗ ପାଇଁ ୮ଟଙ୍କା, କପଡ଼ା ବ୍ୟାଗ ପାଇଁ ୧୦ଟଙ୍କା ରହିଛି। ପ୍ଲାଷ୍ଟିକ ପାନୀୟଜଳ ବୋତଲ ନେବା ପାଇଁ ୫୦ଟଙ୍କା ରହିଛି। ପରେ ଷ୍ଟିକରିଂ ଠିପି ଫେରସ୍ତ କଲେ ଜମା ରାଶି ଫେରସ୍ତ ମିଳୁଛି।
Comments are closed.