www.samajalive.in
Tuesday, December 9, 2025
15.1 C
Bhubaneswar

ଅଗ୍ନି ବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ ସହାୟତା

ଖୋର୍ଦ୍ଧା : ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ ରିଲିଫ ପାଣ୍ଠି’ ଅଧ୍ୟକ୍ଷ ଡ଼.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ନିରାକାରପୁର ମୁଖ୍ୟ ବଜାରର ଅଗ୍ନିବିପନ୍ନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ ରବିବାର ସହାୟତା ପ୍ରଦାନ କରାଯାଇଛି । ୧୬ ତାରିଖରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫ବଖରା ଦୋକାନ ଘର ଜଳି ଯାଇଥିଲା। ଭୀମସେନ ସେନାପତିଙ୍କ ଗ୍ୟାରେଜ, ନବକିଶୋର ବେହେରାଙ୍କ ‌ଗ୍ରୋସରୀ ଦୋକାନ, ଏଲମା ଦାସ ମୋଚି ଦୋକାନ, ବିଜୟ କୁମାର ମାଝୀଙ୍କ ପରିବା ଦୋକାନ, ପ୍ରଶାନ୍ତ କୁମାର ପରିଡା ପ୍ରମୁଖଙ୍କ ଫଳ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୋକାନୀଙ୍କୁ ଦୁଇ ହଜାର ଲେଖାଏଁ (ମୋଟ ୧୦ ହଜାର ) ଟଙ୍କା ପ୍ରଦାନ କରାଯାଇଛି । ‘ସମାଜ’ ବରିଷ୍ଠ ସହ ସମ୍ପାଦକ ସୁଜିତ ମିଶ୍ର, ରିଲିଫ ବିଭାଗ କର୍ମଚାରୀ ସନ୍ତୋଷ କୁମାର ମହାପାତ୍ର, ଖୋର୍ଦ୍ଧା ପ୍ରତିନିଧି ରାମ ନାରାୟଣ, ନିରାକାରପୁର ସମ୍ବାଦଦାତା ଦାଶରଥି ଶ୍ରୀଚନ୍ଦନ, ପୂର୍ବତନ ଜିଲାପରିଷଦ ସଭ୍ୟ ରବୀନ୍ଦ୍ରକୁମାର ରାଉତରାୟ, ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ, ମାଧବ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories