www.samajalive.in
Saturday, December 13, 2025
21.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ;ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁ ନାହାନ୍ତି କର୍ମଚାରୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଡିଏ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଛି। ଯାହା ଫଳରେ ଆଦିବାସୀଙ୍କ ସରଳତାର ଫାଇଦା ନେଇ କିଛି କର୍ମଚାରୀ ମାନଙ୍କ ଯୋଗୁଁ ସରକାରଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଥିବା ସ୍ୱାସ୍ଥ୍ୟକର୍ମୀ ପ୍ରତିମା ବାଗ ନିୟମିତ ରହୁ ନଥିବା ଥିବା ଯୋଗୁଁ ଅଞ୍ଚଳରେ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହି ୧୨ କିମି ଦୂରରେ ଥିବା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହିଁ ନିର୍ଭର କରିଥାନ୍ତି। ଏହାକୁ ପ୍ରତିବାଦ କରି ବନ୍ଦ ହୋଇ ରହି ଥିବା ଉପସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ। ଏମାନଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ କେବଳ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଲୋକଙ୍କୁ ଦେଖାଦିଅନ୍ତି। ଅନ୍ୟ ସମୟରେ କେତେବେଳେ କେନ୍ଦ୍ରକୁ ଆସି କେତେବେଳେ ଯାଆନ୍ତି ତାଙ୍କୁ ହିଁ ଜଣା। ସଦା ସର୍ବଦା କେନ୍ଦ୍ରରେ ତାଲା ଝୁଲି ଥାଉଛି ବୋଲି ଅଞ୍ଚଳ ଲୋକେ ମତ ପ୍ରକାଶ କରିଛନ୍ତି।

ନୂଆବର୍ଷ ୨୦୨୫ର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ : ବୁଧ-ସୂର୍ଯ୍ୟ ଏକାଠି ହୋଇ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ଭାଗ୍ୟଶାଳୀ..

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

- Advertisement -

ଉକ୍ତ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ନିଜସ୍ୱ ଗୃହଠୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ସମସ୍ତ ପ୍ରକାର ସୁବିଧା ରହିଥିଲେ ମଧ୍ୟ କେଉଁ କାରଣରୁ ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓ ରହୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ସାମାନ୍ୟ ଥଣ୍ଡା ଜ୍ୱର,କାଶ ହେଲେ ମଧ୍ୟ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ମିଳି ପାରୁନାହିଁ। ଶିଶୁ, ଗର୍ଭବତୀ, ଗୁରୁତର ରୋଗୀ, ବୃଦ୍ଧବୃଦ୍ଧା ମାନେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ବେଳେ ସରକାରଙ୍କ ମାଗଣା ଔଷଧ କେବେ ମଧ୍ୟ ମିଳୁନଥିବା ବେଳେ ଔଷଧ କୁଆଡେ ଯାଉଛି ବୋଲି ବିଶ୍ୱନାଥପୁର ଡାକ୍ତରଖାନାରେ ଉପରେ ନିର୍ଭର କରିଥିବା ଲୋକେ ପ୍ରକାଶ କରିଛନ୍ତି।

ଆଗାମୀ ୧୨ ଘଣ୍ଟାରେ ଅବପାତ! ଏସବୁ ଜିଲାରେ କୋହଲା ପାଗ ସହ ହେବ ବର୍ଷା..

ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ବର୍ଷ ତମାମ ଅନୁପସ୍ଥିତ ରହୁଥିବା ଲୋକଙ୍କ ଅଭିଯୋଗ ହେଉଥିବାବେଳେ ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓ କିପରି ଭାବେ ତାଙ୍କର ଉପରିସ୍ଥ ଅଧିକାରୀ ତଥା ସରକାରଙ୍କୁ ଉପସ୍ଥିତର ତଥ୍ୟ ପ୍ରଦାନ କରୁଛନ୍ତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁମଖାଲ ପଞ୍ଚାୟତବାସୀ ଦାବି କରିଛନ୍ତି। ଏନେଇ ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ହାତ ଭାଙ୍ଗି ଯିବା ଯୋଗୁଁ ଏକ ମାସ ଛୁଟିରେ ଥିଲେ। ତାଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ତ୍ରିଲୋଚନପୁର ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories