www.samajalive.in
Saturday, December 13, 2025
21.1 C
Bhubaneswar

ଉଠାଦୋକାନ ଉଚ୍ଛେଦକୁ ସବୁଠି ବିରୋଧ

ଭୁବନେଶ୍ଵର : ବିଏମ୍‌ସି ଓ ବିଡିଏ ପକ୍ଷରୁ ରାଜଧାନୀର ତିନୋଟି ଜୋନ୍‌ରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ଦୋକାନୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଗୁରୁବାର ପଟାସ ଛକ, ଗୋପବନ୍ଧୁ ଛକ, ଲିଙ୍ଗରାଜ ଅଞ୍ଚଳ, କଳିଙ୍ଗ ଷ୍ଟୁଡ଼ିଓ ଅଞ୍ଚଳ ଉଚ୍ଛେଦ ସମୟରେ ଉତ୍ତେଜନା ଦେଖାଦେଇଥିଲା । ଦୋକାନ ଭାଙ୍ଗିବାକୁ ଯିବା ବେଳେ ଶହଶହ ଦୋକାନୀ ଜେସିବି ଆଗରେ ଶୋଇ ପ୍ରତିବାଦ କରିଥିଲ । ଏହି ଘଟଣା ପରେ ବାଧ୍ଯ ହୋଇ ବିଏମ୍‌ସି ଉଚ୍ଛେଦକାରୀ ଦଳ ଉଚ୍ଛେଦ କରିନପାରି ସେଠାରୁ ଫେରିଯାଇଥିଲେ । ସେହିପରି ମଧ୍ୟ ଜୋନ୍ ଏବଂ ଏକାମ୍ର ଜୋନ୍‌ରେ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଥିଲା ।

ଉଠାଦୋକାନୀଙ୍କୁ ଥଇଥାନ ବଦଳରେ ଉଚ୍ଛେଦ କରାଯାଉଥିବାରୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ନିଶୂଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍ ମହାସଂଘର କୋଷାଧକ୍ଷ ପ୍ରଦୀପ ସାହୁ, ବିପିନ ବିହାରୀ ଜେନା, ଲଲାଟ ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ବିଜୟ ସେନାପତି, ମଙ୍ଗୁଳି ସାହୁ, ସୁମନ ପୃଷ୍ଟି ପ୍ରମୁଖ ବିଏମ୍‌ ସି ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଦୃଢ଼ ପ୍ରତିବାଦ କରିଛନ୍ତି । ଉପସଭାପତି ସୂର୍ଯ୍ୟମଣି ସାହୁଙ୍କ ନେତୃତ୍ବରେ ଉଚ୍ଛେଦକାରୀ ଦଳକୁ ବିରୋଧ କରାଯାଇଥିଲା  । ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ କହିଛନ୍ତି, ଉଠାଦୋକାନୀ ଆଇନ ମାନିବା ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories