www.samajalive.in
Friday, December 12, 2025
14.1 C
Bhubaneswar

ପତ୍ରପୋଡା ମାଂସ ପାଇଁ .. ହାଟ ପଡିଆରେ ଅଧାପୋଡା ଶବ ମିଳିବା ଘଟଣା, ଦୁଇ ଗିରଫ

ଠାକୁରମୁଣ୍ଡା: କେନ୍ଦୁଜିଆଣୀ ହାଟ ପଡିଆରେ ଅଧାପୋଡା ଶବ ମିଳିବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜଡବିଲ ଗ୍ରାମର ରଞ୍ଜିତ ମହାନ୍ତ (୨୯) ଏବଂ ଘନଶ୍ୟାମ ଜାମୁଡା (୨୩) ବୋଲି ସୂଚନା ଦେଇଛନ୍ତି ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାର।
ସୂଚନାନୁଯାୟୀ ଗତ ୧୬ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ହାଟକୁ ଆସିଥିବା ଜଡବିଲ ଗ୍ରାମର ଭଦ୍ରୁ ମହାନ୍ତ (୬୦) (କନ୍ଦା)ଙ୍କୁ ସେହି ଗ୍ରାମର ଦୁଇ ଦୋକାନୀ ସାମାନ୍ୟ ପତ୍ରପୋଡା ମାଂସର ଟଙ୍କା ନଦେବାରୁ ଜୀବନରୁ ମାରି ଦେବା ପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। କନ୍ଦା ମହାନ୍ତ ଉକ୍ତ ଦୋକାନୀ ମାନଙ୍କ ପାଖରୁ ମଦ ପିଇବା ପାଇଁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇବା ପରେ ଟଙ୍କା ନ ଦେବା କାରଣରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା, ତଣ୍ଟି ଚିପି ଦେବା କାରଣରୁ ମୃତ୍ୟୁ ହୋଇଯିବା ପରେ ସେଠାରେ ହିଁ ତାଙ୍କୁ ନଡ଼ା ସାହାଯ୍ୟରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦେଇଥିଲେ। ହେଲେ ଶବଟି ଅଧାପୋଡା ଅବସ୍ଥାରେ ହାଟ ପଡିଆରେ ପଡିଥିବା ଖବର ପାଇ ଠାକୁରମୁଣ୍ଡା ପୁଲିସ କେସ୍ ନଂ ୧୨୩ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲେ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ତେବେ ପଚରାଉଚରା ପରେ ଏହା ହତ୍ୟା ଜାଣି କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଠାକୁରମୁଣ୍ଡା  ଥାନା ଅଧିକାରିଣୀ ସାବିତ୍ରୀ ଦଳେଇଙ୍କ ସହ ଏକ ଟିମ ଗଠନ କରି ତଦନ୍ତ କରିବା ସହିତ ହତ୍ୟାର ୪୮ ଘଣ୍ଟା ଭିତରେ ଦୁଇ ଆସାମୀକୁ ସଫଳତାର ସହ ଗିରଫ କରିବା ସହିତ କ୍ରାଇମ ରି କ୍ରିଏସନ କରୁଛି ଠାକୁରମୁଣ୍ଡା ଥାନା ପୁଲିସ। ତେବେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ କୁମାର ଉପଖଣ୍ଡ ପୁଲିସ ଅଧିକାରୀ।

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ବଡି ବିଲ୍‌ଡର୍‌-ସିଂହୀ ରଶି ଲଢେଇ, କିଏ ଧୂଳି ଚଟାଇଲା କାହାକୁ..

- Advertisement -

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories