ଅନାସ୍ଥା ସପକ୍ଷରେ ଭୋଟ, ରାୟ ସଂରକ୍ଷିତ
ଜି ଉଦୟଗିରି : ଅନାସ୍ଥା ସପକ୍ଷରେ ଆଜି ହେବାକୁ ଥିବା ଆଲୋଚନା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ କୌଣସି ନିଷ୍କର୍ଷ ନବାହାରିବାରୁ ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଓ କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରି ରଞ୍ଜନ କୁମାର ସାହୁଙ୍କ ଉପସ୍ଥିତରେ ୯ଜଣ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ଠାରୁ ଭୋଟ ଗ୍ରହଣ କରାଯାଇଥିଲା। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ରାୟ ସଂରକ୍ଷିତ ରଖାଯାଇଥିବା ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ରିଟ ପିଟିସନ ଦାଖଲ କରିଥିବା ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ସୂଚନା ଦେବା ସହ ଆସନ୍ତା ୦୭/୦୧/୨୦୨୫ରେ ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି ୨୫/୧୧/୨୪ ରିଖ ଦିନ ୯ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ପ୍ରଦାନ କରଯାଇଥିଲା ଓ ପତ୍ର ସଂଖ୍ୟା ୧୯୭୮/୬/୧୨/୨୪ ଦିନ ମ୍ୟୁନିସିପାଲଟି ଆଇନାନୁଯାଇ ଧାରା ୫୪(୨) ଅନୁସାରେ ଆସନ୍ତା ଅର୍ଥାତ ଆଜି ଅନାସ୍ଥା ପ୍ରସ୍ତାବ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଓ ଥାନା ଅଧିକାରୀ ଭଗବାନ ପୁଜାରୀଙ୍କ ତତ୍ତ୍ଵାବଧାନରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରାଯାଇଥିଲା।
Comments are closed.