www.samajalive.in
Saturday, December 6, 2025
15.1 C
Bhubaneswar

ଦିବା ପହୁଡ ନୀତି ପାଇଁ ଆଜି ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ : ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପହିଲି ଭୋଗ ଚାଲିଥିବାବେଳେ ଦୈନିକ ଦିବା ପହୁଡ଼ ଅନ୍ୟତମ ବିଶେଷ ନୀତିଭାବେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ଚାଲିଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ବରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବା ପହୁଡ଼ କରାଯିବାକୁ ଚଳିତ ମାସ ୧୦ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories