www.samajalive.in
Sunday, December 14, 2025
17.1 C
Bhubaneswar

ଇଣ୍ଡିଆନ ଆଇଡଲ୍‌ ଶ୍ରେଷ୍ଠ ୧୪ରେ ଓଡ଼ିଆ ପୁଅ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ : ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏଥିପାଇଁ ଜ୍ୟୋତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭେଚ୍ଛା ଜଣାଇଛନ୍ତି। ଜଣେ ଗୋ-ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଥିବାବେଳେ ଓଡ଼ିଶା ପାଇଁ ଜ୍ୟୋତି ଗୌରବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନୂଆପଡ଼ା ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝାଙ୍କ ପୁଅ ଜ୍ୟୋତି। ଛୋଟ ବେଳରୁ ସଙ୍ଗୀତ ପ୍ରତି ସେ ରୁଚି ରଖିଛନ୍ତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏନେଇ ଜ୍ୟୋତିଙ୍କ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ କରୁଛନ୍ତି। ସଙ୍ଗୀତ ପ୍ରତି ଜ୍ୟୋତିଙ୍କ ରୁଚିକୁ ସବୁବେଳେ ସମ୍ମତି ଦେଇ ଆସୁଛନ୍ତି ତାଙ୍କ ପରିବାର ଲୋକେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories