www.samajalive.in
Monday, December 15, 2025
17.1 C
Bhubaneswar

ଅଷ୍ଟ୍ରେଲିଆର ୪୪୫ ପରେ ଭାରତର ବିପର୍ଯ୍ୟୟ

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟମ୍ୟାଚ୍‌ରେ ସୋମବାର ତୃତୀୟ ଦିନରେ ବର୍ଷା ଓ କ୍ରିକେଟ୍‌ ମଧ୍ୟରେ ଲୁଚକାଳି ଚାଲିଥିଲା। କିଛି ସମୟ ବର୍ଷା ହୋଇ ଛାଡ଼ିଯିବାର ଧାରା ଦିନସାରା ଚାଲିଥିଲା। ଫଳରେ ୩ୟ ଦିନରେ ବର୍ଷା ଯୋଗୁଁ ୮ ଥର ଖେଳ ବନ୍ଦ ହୋଇଥିଲା। ଏହି ଦିନ ୩୩.୧ ଓଭରର କ୍ରିକେଟ୍‌ ସମ୍ଭବ ହୋଇଥିଲା। ହେଲେ ଏତିକି ଓଭରରେ ଭାରତ ଉପରେ ଅଷ୍ଟ୍ରେଲିଆକୁ ପ୍ରାଧାନ୍ୟ ଜାହିର କରି ପାରିଥିଲା। ୩ୟ ଦିନରେ ଅଷ୍ଟ୍ରେଲିଆ ଆଉ ୪୦ ରନ୍‌ ଯୋଗକରି ଏହାର ପ୍ରଥମ ଇନିଂସକୁ ୪୪୫ ରନ୍‌କୁ ନେଇ ପାରିଥିଲା। ଏହାପରେ ନିୟମିତ ବ୍ୟବଧାନରେ ବର୍ଷା ​‌େ​‌ଯାାଗୁଁ ଖେଳରେ ବାଧା ଉପୁଜିଥିଲେ ହେଁ ଅଷ୍ଟ୍ରେଲିଆର ପେସ୍‌ ବାହିନୀ ନିୟମିତ ବ୍ୟବଧାନରେ ୱିକେଟ୍‌ ନେଇଥିଲେ। ଭାରତ ପ୍ରଥମ ଇନିଂସରେ ୧୭ ଓଭର ବ୍ୟାଟିଂକରି ୩ୟ ଦିନ ଶେଷରେ ମାତ୍ର ୫୧ ରନ୍‌କରି ୪ଟି ୱିକେଟ୍‌ ହରାଇଛି। ୬ ୱିକେଟ୍‌ ବାକିଥାଇ ଭାରତ ଏବେ ୩୯୪ ରନ୍‌ ପଛରେ ରହିଛି।

ମ୍ୟାଚ୍‌ରେ ଆଉ ୨ ଦିନ ବାକିଥିବା ବେଳେ ୪ର୍ଥ ଦିନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ତେଣୁ ଏପରି ସ୍ଥିତି​‌େ​‌ର ଭାରତକୁ କେବଳ ବର୍ଷା ହିଁ ପରାଜୟରୁ ବଞ୍ଚାଇ ପାରିବ। ପୁଣି ବର୍ଷା ଯୋଗୁଁ ଅଷ୍ଟ୍ରେଲିଆର ପେସ୍‌ ବୋଲର ଯଥେଷ୍ଟ ବିଶ୍ରାମ ପାଇଥିବାରୁ ଭାରତ ​‌୨୪୬ ରନ୍‌ କଲେ ଭାରତକୁ ଘରୋଇ ଦଳ ଫଲୋଅନ୍‌ ଦେବା ନିଶ୍ଚିତ। ଅନ୍ୟପକ୍ଷରେ ଭାରତ ଚାହିଁବ ଯେ ମଙ୍ଗଳବାର ୪ର୍ଥ ଦିନରେ ଏହା ପୂରା ବ୍ୟାଟିଂକରୁ ଏବଂ ଅଧିକ ବର୍ଷା ହେଉ। ତେଣୁ ୪ର୍ଥ ଦିନର ଖେଳ ବେଶ୍‌ ରୋଚକ ହେବାକୁ ଯାଉଛି। ଷ୍ଟିଭେନ୍ ସ୍ମିଥ୍‌ ଓ ଟ୍ରାଭିସ୍ ହେଡ୍‌ଙ୍କ ଶତକ ବଳରେ ୨ୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୫ ରନ୍‌ କରିଥିଲା। ଘରୋଇ ଦଳର ଶେଷ ୩ ୱିକେଟ୍‌ ୧୭.୧ ବ୍ୟାଟିଂକରି ୪୦ ରନ୍‌ ଯୋଗ କରିଥିଲେ। ମିଚେଲ ଷ୍ଟାର୍କଙ୍କୁ ଆଉଟ୍‌ କରି ଯଶପ୍ରୀତ ବୁମ୍‌ରା ବ୍ୟକ୍ତିଗତ ୬ଷ୍ଠ ୱିକେଟ୍‌ ନେଇଥିଲେ। ଷ୍ଟାର୍କ ୧୮ ରନ୍‌ କରିଥିଲେ। ନାଥାନ୍ ଲାୟନ୍‌ ୩୦ ବଲ୍‌ ଖେଳି ୨ ରନ୍‌ କରିଥିଲେ। ପୂର୍ବଦିନ ଅପରାଜିତ ଥିବା ଆଲେକ୍ସ କ୍ୟାରୀ ଅନ୍ତିମ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ୍‌ ହୋଇଥିଲେ। ବାମହାତି କ୍ୟାରୀ ଚମତ୍କାର ଇନିଂସ ଖେଳି ୮୮ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୭୦ ରନ୍‌ କରିଥିଲେ। ବୁମ୍‌ରାଙ୍କ ୬ ୱିକେଟ୍‌କୁ ଛାଡ଼ି ମହମ୍ମଦ ସିରାଜ୍ ୨ଟି ଏବଂ ଆକାଶ ଦୀପ ଓ ନୀତୀଶ କୁମାର ରେଡ୍‌ଡୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

- Advertisement -

ବର୍ଷା ସହ ମେଘାଛନ୍ନ ଆକାଶ ତଳେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଇନିଂସର ପ୍ରଥମ ବଲ୍‌ରେ ଚୌକା ମାରିବା ପରେ ମିଚେଲ ଷ୍ଟାର୍କ ବୋଲିଂ କରିଥିବା ୨ୟ ବଲ୍‌କୁ ଲେଗ୍‌ସାଇଡ୍‌କୁ ମାରିବାକୁ ଯାଇ ଯଶସ୍ବୀ ଜୟସୱାଲ କ୍ୟାଚ୍‌ ଦେଇଥିଲେ। ଶୁବ୍‌ମାନ ଗିଲ୍‌ ଅଫ୍‌ଷ୍ଟମ୍ପ୍ ବାହାରର ବଲ୍‌କୁ ଜୋର୍‌ରେ ମାରିବାକୁ ଯାଇ କ୍ୟାଚ୍‌ ଦେଇଥିଲେ। ଗିଲ୍‌ ୧ ରନ୍‌ କରି ପାରିଥିଲେ। ବିରାଟ କୋହଲି ଦୀର୍ଘ ସମୟ ୱିକେଟ୍‌ରେ ରହିବାର ପ୍ରୟାସ କରିଥିଲେ। ହେଲେ ଅଫ୍‌ ଷ୍ଟମ୍ପ୍ ବାହାର ବଲ୍‌ରେ ଡ୍ରାଇଭ୍ ମାରିବାର ଦୁର୍ବଳତା ପଦାରେ ପଡ଼ିଥିଲା। ୩ ରନ୍‌କରି ୱିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲେ କୋହଲି। ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କ ଚମତ୍କାର ଆଉଟ୍‌ ସ୍ବିଙ୍ଗର କଟ୍ ବିହାଇଣ୍ଡ ହୋଇଥିଲେ ଋଷଭ ପନ୍ତ୍। ସେ ମାତ୍ର ୯ ରନ୍‌ କରି ପାରିଥିଲେ। ଓପ୍‌ନର​‌ କେ.ଏଲ୍‌. ରାହୁଲ ୬୪ ବଲ୍‌ରୁ ୪ଟି ଚୌକା ସହ ୩୩ ଓ ଅଧିନାୟକ ରୋହିତ ଶର୍ମା ବିନା ସ୍କୋର୍‌ରେ ଅପରାଜିତ ଅଛନ୍ତି। ମିଚେଲ ଷ୍ଟାର୍କ ପ୍ରଥମ ୨ଟି ଏବଂ କମିନ୍‌ସ ଓ ହାଜେଲ୍‌ଉଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories